ବନ୍ୟା ପାଣି ଘରରେ ୯ ଜିଲ୍ଲା, ୪ ଲକ୍ଷରୁ ଉର୍ଦ୍ଧ୍ୱ ଲୋକେ ପ୍ରଭାବିତ
ନୂଆଦିଲ୍ଲୀ: ଆସାମରେ ଭୟାନକ ବନ୍ୟା ବିପର୍ଯ୍ୟୟ । ୯ ଜିଲ୍ଲାରେ ୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ସହ କଥା ହୋଇଛନ୍ତି ଏବଂ ରାଜ୍ୟରେ ବନ୍ୟା ସ୍ଥିତି ମୁକାବିଲା ପାଇଁ ସମସ୍ତ କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯିବ ବୋଲି ଶାହ ପ୍ରତିଶୃତି ଦେଇଛନ୍ତି ।

ପ୍ରଳୟଙ୍କାରୀ ବନ୍ୟାରେ ଏବେ ସୁଦ୍ଧା ୧୪ହଜାର ଲୋକଙ୍କ ଘରେ ପଶିଛି ବନ୍ୟା ପାଣି । ରାଜ୍ୟରେ ଉଦ୍ଧାର ଏବଂ ରିଲିଫ୍ ଅପରେସନ ପାଇଁ ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି। ବାକ୍ସା, ବାରପେଟା, ଦରାଙ୍ଗ, ଧୁବ୍ରି, ଗୋଲପରା, କାମରୁପ , ଲଖିମପୁର, ନଲବରି , ଉଦଲଗୁରି ଜିଲ୍ଲାରେ ୪,୦୭,୭୦୦ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରଶାସନ ରାଜ୍ୟରେ ୧୦୧ ରିଲିଫ୍ ଶିବିର ପରିଚାଳନା କରିଛି। ୮୧,୩୫୨ ଲୋକ ଆଶ୍ରୟସ୍ଥଳରେ ରହିଛନ୍ତି ଏବଂ ୫ ଜିଲ୍ଲାରେ ୧୧୯ ରିଲିଫ୍ ବିତରଣ କେନ୍ଦ୍ର ପରିଚାଳନା କରାଯାଇଛି। ୧୧୧୮ ଗ୍ରାମ ଜଳମଗ୍ନ ହୋଇଯାଇଛି ଏବଂ ୮,୪୬୯.୫୬ ହେକ୍ଟର ଚାଷଜମି ନଷ୍ଟ ହୋଇଯାଇଛି।
ଅଦ୍ୟାବଧି ୩ ଜଣଙ୍କ ମୃତ୍ୟୁ ଘଟିଥିବା ଆସାମ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ (ଏଏସ୍ଡିଏମ୍ଏ) ପକ୍ଷରୁ ସୂଚନା ଦିଆଯାଇଛି । ବ୍ରହ୍ମପୁତ୍ର ନଦୀର ଜଳସ୍ତର କ୍ରମାଗତ ବଢ଼ୁଥିବାରୁ ତେଜପୁର ଏବଂ ନେମାଟିଘାଟ ଅଞ୍ଚଳରେ ସ୍ଥିତି ଅଣାୟତ ହୋଇଛି । ପ୍ରଭାବିତଙ୍କ ମଧ୍ୟରେ ୧,୬୭,୫୩୮ ଜଣ ମହିଳା ଓ ୫୩,୧୧୯ ପିଲା ରହିଛନ୍ତି ।












Click it and Unblock the Notifications