୫ ଦିନ ବିତିଲାଣି, ତଥାପି ସୁଧୁରୁନି ସ୍ଥିତି ,ବନ୍ୟାରେ ଗଲାଣି ୧୯ ଜୀବନ
ବନ୍ୟାରେ ବେହାଲ ଆସାମ । ବନ୍ୟା ଜନିତ ମୃତ୍ୟୁକୁ ନେଇ ରିପୋର୍ଟ ଦେଇଛନ୍ତି ଆସାମ ସରକାର । ବନ୍ୟା ପାଇଁ ଇତିମଧ୍ୟରେ ମୋଟ ୧୯ ଜଣଙ୍କ ଜୀବନ ଯାଇଥିବା ବେଳେ ବନ୍ୟାରେ କେବଳ ୧୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଭୂସ୍ଖଳରେ ୫ ଜଣଙ୍କର ଜୀବନ ଯାଇଛି ।
ପାଣି ପାଇଁ ସଙ୍କଟରେ ପ୍ରାଣ । ଏହି ପାଣି ନମିଳିଲେ ହାହାକାର, ବଢିଗଲେ ବି ହାହାକାର । ଯେବେ ପାଣି ପାଇଁ ଆସେ ପ୍ରଳୟ, ସେବେ ଜଳର ତାଣ୍ଡବରେ ଜୀବନ ହୁଏ ବନ୍ଦୀ । ଏମିତି ହିଁ ପରିସ୍ଥିତି ପୂର୍ବୋତ୍ତର ରାଜ୍ୟମାନଙ୍କରେ ଦେଖିବାକୁ ମିଳିଥିବା ବେଳେ ଆସାମର ସ୍ଥିତି ସଙ୍ଗୀନ ହୋଇଛି । ଜଳରେ ଘର ଦ୍ବାର, ରାସ୍ତା ଘାଟ ସବୁ ବୁଡି ରହିଛି । ରାସ୍ତା ବନ୍ୟା ଜଳରେ ନଈ ପାଲଟି ଯାଇଛି । ବିଲମାଳ ସମୁଦ୍ର ପରି ସବୁ ଦିଶୁଛି । ରାସ୍ତା ଉପରେ ଗାଡି ମଟର ଅଟକି ରହିଛି । ପାଣିର ପ୍ରଖର ସୁଅ ରାସ୍ତାରେ ଚାଲୁଥିବାରୁ ଯାତାୟାତ ଠପ୍ ଅଛି । ତେବେ ବନ୍ୟାର ଭୟଙ୍କର ରୂପ ଆସାମରୁ ଆସିଛି । ଯାହା ଆକାଶ ମାର୍ଗକୁ ନିଆଯାଇଥିବା ଚିତ୍ରରେ କଏଦ ହୋଇଛି ।

ଆସାମରେ ୨୨ ଜିଲ୍ଲାର ୧୨୫୪ଟି ଗାଁର ପ୍ରାୟ ସାଢ଼େ ୫ ଲକ୍ଷରୁ ଅଧିକ ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି । ଘର ଦ୍ବାର ପାଣି ଘେରରେ । ଜଳବନ୍ଦୀରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଉଛି ।
-
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଶୀଘ୍ର କରନ୍ତୁ ଏହି କାମ -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Odisha Weather: ସତର୍କ କଲା ପାଣିପାଗ ବିଭାଗ, ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା -
ବାରୁଣି ସ୍ନାନ ଅବସରରେ ବୈତରଣୀ କୂଳରେ ହଜାର ହଜାର ଭକ୍ତଙ୍କ ସମାଗମ












Click it and Unblock the Notifications