ଆସାମର ବନ୍ୟା ନେଲାଣି 9 ଜୀବନ
ଜଳାର୍ଣ୍ଣବ ଆସାମ । ରାଜ୍ୟରେ ବନ୍ୟା ଯୋଗୁଁ ସ୍ଥିତି ଗମ୍ଭୀର ରହିଛି । ରାସ୍ତାଘାଟରେ ଭର୍ତ୍ତି ହୋଇଛି ପାଣି। ପାଣି ଘେରରେ ରହିଛି ଅନେକ ଗାଁ। ରାଜ୍ୟରେ ବ୍ରହ୍ମପୁତ୍ର, ବାରକ ଓ ଅନ୍ୟ କେତେକ ଉପନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।
ଗୌହାଟୀ: ଜଳାର୍ଣ୍ଣବ ଆସାମ । ରାଜ୍ୟରେ ବନ୍ୟା ଯୋଗୁଁ ସ୍ଥିତି ଗମ୍ଭୀର ରହିଛି । ରାସ୍ତାଘାଟରେ ଭର୍ତ୍ତି ହୋଇଛି ପାଣି। ପାଣି ଘେରରେ ରହିଛି ଅନେକ ଗାଁ। ରାଜ୍ୟରେ ବ୍ରହ୍ମପୁତ୍ର, ବାରକ ଓ ଅନ୍ୟ କେତେକ ଉପନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ଆସାମ ଷ୍ଟେଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ରିପୋର୍ଟ ଅନୁଯାୟୀ, ବନ୍ୟା ଯୋଗୁଁ 26 ଜିଲ୍ଲା ପ୍ରଭାବିତ ହୋଇଛି । ପ୍ରାୟ 1413ଟି ଗାଁ ବନ୍ୟା ପାଣିରେ ବୁଡି ରହିଛି । ରାଜ୍ୟରେ 6.62 ଲକ୍ଷ ଲୋକେ ଭୟଙ୍କର ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ନାଗାଓଁ ଜିଲ୍ଲାର 2.8ଲକ୍ଷ ଲୋକେ, ଚାଚରରେ 1.19 ଲକ୍ଷ ଏବଂ ହୋଜାଇ ଜିଲ୍ଲାର 1.07 ଲକ୍ଷ ଲୋକେ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛନ୍ତି । 248 ରିଲିଫ କ୍ୟାମ୍ପକୁ ମୋଟ 48304 ଲୋକେ ଆଶ୍ରୟ ନେଇଛନ୍ତି ।
ତେବେ ଏବେ ସୁଧା ମୋଟ ବନ୍ୟା ଓ ଭୂସ୍ଖଳନରେ ରାଜ୍ୟରେ 9 ଜଣ ପ୍ରାଣ ହରାଇଛନ୍ତି । ବନ୍ୟା ସ୍ଥିତିର ଭୟାବହତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଜିଲ୍ଲାର ସ୍କୁଲ ଗୁଡିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଯାନ ପରିବହନ ଉପରେ କଟକଣା ଜାରି ହୋଇଛି ।












Click it and Unblock the Notifications