ଆସାମ ବନ୍ୟା : 5 ମୃତ , 230 ଗାଁ ପାଣି ଘେରରେ
ଆସାମରେ ବନ୍ୟା ବିଭୀଷକା । ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା ପରିସ୍ଥିତି । ଘରଦ୍ବାର, ରାସ୍ତାଘାଟ ଠାରୁ ଆରମ୍ଭ କରି ରେଳ ଷ୍ଟେସନ ପର୍ଯ୍ୟନ୍ତ ଚାରିଆଡେ ପାଣି। ବନ୍ୟା ଏବଂ ଭୁସ୍ଖଳନ ଏବେ ଯାଏଁ 5 ଜଣଙ୍କ ପ୍ରାଣ ନେଲାଣି ।
ଗୌହାଟୀ: ଆସାମରେ ବନ୍ୟା ବିଭୀଷକା । ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା ପରିସ୍ଥିତି । ଘରଦ୍ବାର, ରାସ୍ତାଘାଟ ଠାରୁ ଆରମ୍ଭ କରି ରେଳ ଷ୍ଟେସନ ପର୍ଯ୍ୟନ୍ତ ଚାରିଆଡେ ପାଣି। ବନ୍ୟା ଏବଂ ଭୁସ୍ଖଳନ ଏବେ ଯାଏଁ 5 ଜଣଙ୍କ ପ୍ରାଣ ନେଲାଣି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୁନିଶ୍ଚିତ କରିଛି । ସେହିପରି ବନ୍ୟା ଯୋଗୁଁ 5ଟି ସ୍ଥାନରେ ନଦୀବନ୍ଧ ଭାଙ୍ଗି ଯାଇଥିବାର ମଧ୍ୟ ସୂଚନା ମିଳିଛି ।

ବନ୍ୟାରେ ରାଜ୍ୟର ପାହାଡି ଜିଲ୍ଲା ଦିମା ହାସାଓ ଅଧିକ ପ୍ରଭାବିତ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟା ପରେ ଭୂସ୍ଖଳନ ମଧ୍ୟ ହୋଇଛି । ଏହାଯୋଗୁଁ ଟ୍ରେନ ଚଳାଚଳ ଏବଂ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ବନ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ହେଲିକପ୍ଟର ନିୟୋଜିତ କରାଯାଇଛି । ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଜଳପତ୍ତନ ବୃଦ୍ଧି ଯୋଗୁଁ ବିଭିନ୍ନ ଡ୍ୟାମର ଗେଟ୍ ଖୋଲାଯାଇଛି । ଫଳରେ ଅନେକ ତଳିଆ ଅଞ୍ଚଳରେ ପାଣି ପଶିଯାଇଛି ।
କାଚର, ଧୀମାଜି, ହୋଜାଇ, କରଭି, ନାଗାଓଁ, ବରପେଟା, ନଳବରି ଏବଂ କମରୂପ ଆଦି 8ଟି ଜିଲ୍ଲା ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି । 56 ହଜାରରୁ ଅଧିକ ଲୋକକ ଜୀବନ ଜୀବିକା ବିପନ୍ନ ହେବା ସହ 230 ଗାଁ ବନ୍ୟା ପାଣିରେ ବୁଡି ରହିଛି । ଏବେସୁଦ୍ଧା ପ୍ରାୟ 103221.44 ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବାର ଖବର ମିଳିଛି । ଆସନ୍ତା 24 ଘଣ୍ଟା ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications