For Quick Alerts
Turn On Notification  
For Daily Alerts
Oneindia App Download

ଆସାମ ବନ୍ୟା : 5 ମୃତ , 230 ଗାଁ ପାଣି ଘେରରେ

ଆସାମରେ ବନ୍ୟା ବିଭୀଷକା । ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା ପରିସ୍ଥିତି । ଘରଦ୍ବାର, ରାସ୍ତାଘାଟ ଠାରୁ ଆରମ୍ଭ କରି ରେଳ ଷ୍ଟେସନ ପର୍ଯ୍ୟନ୍ତ ଚାରିଆଡେ ପାଣି। ବନ୍ୟା ଏବଂ ଭୁସ୍ଖଳନ ଏବେ ଯାଏଁ 5 ଜଣଙ୍କ ପ୍ରାଣ ନେଲାଣି ।

|

ଗୌହାଟୀ: ଆସାମରେ ବନ୍ୟା ବିଭୀଷକା । ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା ପରିସ୍ଥିତି । ଘରଦ୍ବାର, ରାସ୍ତାଘାଟ ଠାରୁ ଆରମ୍ଭ କରି ରେଳ ଷ୍ଟେସନ ପର୍ଯ୍ୟନ୍ତ ଚାରିଆଡେ ପାଣି। ବନ୍ୟା ଏବଂ ଭୁସ୍ଖଳନ ଏବେ ଯାଏଁ 5 ଜଣଙ୍କ ପ୍ରାଣ ନେଲାଣି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ସୁନିଶ୍ଚିତ କରିଛି । ସେହିପରି ବନ୍ୟା ଯୋଗୁଁ 5ଟି ସ୍ଥାନରେ ନଦୀବନ୍ଧ ଭାଙ୍ଗି ଯାଇଥିବାର ମଧ୍ୟ ସୂଚନା ମିଳିଛି ।

Assam flood

ବନ୍ୟାରେ ରାଜ୍ୟର ପାହାଡି ଜିଲ୍ଲା ଦିମା ହାସାଓ ଅଧିକ ପ୍ରଭାବିତ ହୋଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟା ପରେ ଭୂସ୍ଖଳନ ମଧ୍ୟ ହୋଇଛି । ଏହାଯୋଗୁଁ ଟ୍ରେନ ଚଳାଚଳ ଏବଂ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ବନ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ହେଲିକପ୍ଟର ନିୟୋଜିତ କରାଯାଇଛି । ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଜଳପତ୍ତନ ବୃଦ୍ଧି ଯୋଗୁଁ ବିଭିନ୍ନ ଡ୍ୟାମର ଗେଟ୍ ଖୋଲାଯାଇଛି । ଫଳରେ ଅନେକ ତଳିଆ ଅଞ୍ଚଳରେ ପାଣି ପଶିଯାଇଛି ।

କାଚର, ଧୀମାଜି, ହୋଜାଇ, କରଭି, ନାଗାଓଁ, ବରପେଟା, ନଳବରି ଏବଂ କମରୂପ ଆଦି 8ଟି ଜିଲ୍ଲା ବନ୍ୟାରେ ଅଧିକ ପ୍ରଭାବିତ ହୋଇଛି । 56 ହଜାରରୁ ଅଧିକ ଲୋକକ ଜୀବନ ଜୀବିକା ବିପନ୍ନ ହେବା ସହ 230 ଗାଁ ବନ୍ୟା ପାଣିରେ ବୁଡି ରହିଛି । ଏବେସୁଦ୍ଧା ପ୍ରାୟ 103221.44 ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବାର ଖବର ମିଳିଛି । ଆସନ୍ତା 24 ଘଣ୍ଟା ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Flood situation in Assam. 5 died , dima hasao is more affected.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X