Get Updates
Get notified of breaking news, exclusive insights, and must-see stories!

ଆସାମ ବନ୍ୟା: 18 ଛୁଇଁଲା ମୃତ୍ୟୁ ସଂଖ୍ୟା

ଆସାମରେ ଆହୁରି ବିଗୁଡୁଛି ବନ୍ୟା ସ୍ଥିତି । ବନ୍ୟା ପରେ ଭୂସ୍ଖଳନ ବଢାଇଛି ଚିନ୍ତା । ବର୍ତ୍ତମାନ ସୁଦ୍ଧା ବନ୍ୟା ଓ ଭୂସ୍ଖଳନରେ ରାଜ୍ୟରେ 18 ଜଣଙ୍କ ପ୍ରାଣହାନୀ ହେଲାଣି । ଏନେଇ ASDMA ପକ୍ଷରୁ ବୁଲେଟିନ ଜାରି କରାଯାଇଛି ।

ଗୌହାଟୀ: ଆସାମରେ ଆହୁରି ବିଗୁଡୁଛି ବନ୍ୟା ସ୍ଥିତି । ବନ୍ୟା ପରେ ଭୂସ୍ଖଳନ ବଢାଇଛି ଚିନ୍ତା । ବର୍ତ୍ତମାନ ସୁଦ୍ଧା ବନ୍ୟା ଓ ଭୂସ୍ଖଳନରେ ରାଜ୍ୟରେ 18 ଜଣଙ୍କ ପ୍ରାଣହାନୀ ହେଲାଣି । ଏନେଇ ASDMA ପକ୍ଷରୁ ବୁଲେଟିନ ଜାରି କରାଯାଇଛି । ଭୂସ୍ଖଳନରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବନ୍ୟାରେ 13 ଜଣଙ୍କ ମୃତ୍ୟୁ ହୋଇଛି । ବନ୍ୟା ପୀଡିତଙ୍କ ପାଇଁ ରାଜ୍ୟ ସରକାର 343 ରିଲିଫ କ୍ୟାମ୍ପ ଖୋଲିଥିବା ବେଳେ 411 ରିଲିଫ ବିତରଣ କେନ୍ଦ୍ର ଖୋଲିଛନ୍ତି । ବାତ୍ୟା ଆଶ୍ରୟସ୍ଥଳରେ 86,772 ଅନ୍ତେବାସୀ ଆଶ୍ରୟ ନେଇଛନ୍ତି ।

flood

ପାଖାପାଖି 29 ଜିଲ୍ଲାର 3246 ଗାଁ ଏବେବି ପାଣି ଘେରରେ ରହିଥିବା ବେଳେ 8,39,691 ଲୋକେ ପ୍ରଭାବିତ ହୋଇଛନ୍ତି । ବନ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ 6,248 ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ 36,845 ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି । ବନ୍ୟା ଯୋଗୁଁ ଯାତାୟତରେ ଅନେକ ସମସ୍ୟା ଭୋଗୁଛନ୍ତି ଲୋକେ । ଅନେକ ସ୍ଥାନରେ ବ୍ରିଜ ଧୋଇଯିବା ସହ କେନାଲ ବନ୍ଦ ଗୁଡିକ ଭାଙ୍ଗି ଯାଇଛି । ରେଳ ଷ୍ଟେସନରେ ଭର୍ତ୍ତି ହୋଇ ରହିଛି ପାଣି । ବନ୍ୟା ବଦଳାଇ ଦେଇଛି ଆସାମର ଚିତ୍ର ।

100,732.43 ହେକ୍ଟର ଚାଷ ଜମି ବନ୍ୟା ପାଣିରେ ବୁଡ଼ି ଯାଇଛି । ଏହାସହ ବ୍ୟାପକ ଫସଲ ମଧ୍ୟ ନଷ୍ଟ ହୋଇଯାଇଛି । ASDMA ପକ୍ଷରୁ କୁହାଯାଇଛି ଯେ,ଗତ 2 ଦିନ ମଧ୍ୟରେ ଡିମା ହାସାଓ ଜିଲ୍ଲାରୁ ମୋଟ 269 ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି ଭାରତୀୟ ବାୟୁସେନା । ବର୍ତ୍ତମାନ ପ୍ରଭାବିତଙ୍କୁ ଉଦ୍ଧାର କରି ସିଲଚରରେ ଏୟାରଡ୍ରପ୍ କରିଛି । ପ୍ରଭାବିତଙ୍କୁ ରାଜ୍ୟ ସରକାର ସହାୟତା ରାଶି ମଧ୍ୟ ବଣ୍ଟନ କରିଛନ୍ତି । ଚାଚର ଓ ଡିମା ହସାଓ ଜିଲ୍ଲା ଗୁଡିକୁ 2 କୋଟିର ଅତିରିକ୍ତ ସହାୟତା 24 ମେଟ୍ରିକ ଟନ ଖାଦ୍ୟ ପଠାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+