କଂଗ୍ରେସ ନେତାଙ୍କୁ କଟାକ୍ଷ କଲେ ଆସାମ ମୁଖ୍ୟମନ୍ତ୍ରୀ, କହିଲେ ଗୌରବ ....
କଂଗ୍ରେସ ନେତା ଗୌରବ ଗୋଗୋଇଙ୍କ ବ୍ରିଟିଶ୍ ସ୍ତ୍ରୀ ଏଲିଜାବେଥ କୋଲବର୍ନଙ୍କର ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇ ସହ ସମ୍ପର୍କ ଥିବା ନେଇ ପ୍ରଘଟ ହୋଇଥିବା ଏକ ରିପୋର୍ଟକୁ ଆସାମ ସରକାର ଗୁରୁତ୍ୱର ସହ ନେଇଛନ୍ତି। ଉକ୍ତ ରିପୋର୍ଟର ଯାଞ୍ଚ ନିମନ୍ତେ ଆସାମ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଏନେଇ ଖୁବ୍ଶୀଘ୍ର ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଗଠନ ହେବ ବୋଲି ରବିବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି। ସେ କହିଛନ୍ତି, ବୋଧହୁଏ ଭାରତ ବିରୋଧୀ ଏକ ବଡ଼ ଷଡ଼ଯନ୍ତ୍ରରେ ଗୌରବ ଫସି ଯାଇଛନ୍ତି, କିମ୍ବା ତାଙ୍କୁ ବ୍ଲାକ୍ମେଲ କରାଯାଇଛି। ଏଲିଜାବେଥ୍ଙ୍କୁ ନେଇ ଦେଖା ଦେଇଥିବା ବିବାଦ ଏକ ବୃହତ୍ ଭାରତ ବିରୋଧୀ ଷଡ଼ଯନ୍ତ୍ରକୁ ସୂଚାଉଛି।

ବିଭିନ୍ନ ପ୍ରମାଣ ସାମ୍ନାକୁ ଆସିବା ପରେ ଏହି ମାମଲା ଏବେ ସମ୍ପୂର୍ଣ୍ଣ ଭାବେ ରାଷ୍ଟ୍ରୀୟ ସୁରକ୍ଷା ସହ ଜଡ଼ିତ ରହିଛି। ଏନେଇ ସେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଜଣାଇବେ ବୋଲି ହିମନ୍ତ କହିଛନ୍ତି। ତେବେ ହିମନ୍ତଙ୍କ ଦାବିକୁ ଗୌରବ ଭିତ୍ତିହୀନ କହିଛନ୍ତି। ଏପରି ଆଧାରବିହୀନ ରାଜନୀତି କରିବା ଅପେକ୍ଷା ସେ ଏବଂ କଂଗ୍ରେସ ଦଳ ଆସାମର ବିଭିନ୍ନ ସମସ୍ୟାକୁ ନେଇ ସଂଘର୍ଷ କରିବେ ବୋଲି ଗୌରବ କହିଛନ୍ତି।












Click it and Unblock the Notifications