ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିର୍ଦ୍ଦେଶ, କହିଲେ ହିଂସାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କର
ଆସାମର ଧୁବ୍ରି ଜିଲ୍ଲାରେ ଏକ ହନୁମାନ ମନ୍ଦିର ପରିସର ନିକଟରୁ ଏକ ଗାଈର କଟାମୁଣ୍ଡ ମିଳିବା ପରେ ସେଠାରେ ସାଂପ୍ରଦାୟିକ ହିଂସା ହୋଇଥିଲା । ଏହାପରେ ସେଠାରେ ଉତ୍ତେଜନାମୂଳକ ସ୍ଥିତି ବଜାୟ ରହିଛି । ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଚାଲିଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି । ହିଂସାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ।
ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସେଠାରେ ରାପିଡ୍ ଆକ୍ସନ ଫୋର୍ସ ଓ ସିଆରପିଏଫ୍କୁ ମୁତୟନ କରାଯାଇଛି । ଜିଲ୍ଲା ପ୍ରଶାସନ ଗୋଟିଏ ସ୍ଥାନରେ ଅଧିକ ଲୋକେ ଏକତ୍ରିତ ହେବା ଉପରେ ରୋକ ଲଗାଇଛି । ମୁଖ୍ୟମନ୍ତ୍ରୀ ଶର୍ମା ନିଜର ଏକ୍ସ ହ୍ୟାଣ୍ଡଲରେ ଲେଖିଛନ୍ତି, ଜିଲ୍ଲାରେ ସମସ୍ତ ସାଂପ୍ରଦାୟିକ ଶକ୍ତିକୁ ପରାସ୍ତ କରିବା ଓ ଆଇନଶୃଙ୍ଖଳା ବଜାୟ ରଖିବାକୁ ଆମେ ପ୍ରତିବଦ୍ଧ ।

ହିଂସା ଘଟଣାର ତଦନ୍ତ ଚାଲିଛି । ଏଥିରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ଧୁବ୍ରିରେ ଏକ ସ୍ୱତନ୍ତ୍ର ବର୍ଗ ଅସ୍ଥିରତା ସୃଷ୍ଟି କରିବାକୁ ସକ୍ରିୟ ହୋଇଯାଇଛି । ରାତିରେ ସେମାନଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି ।












Click it and Unblock the Notifications