Assembly Election 2021: ମାର୍ଚ୍ଚ 27ରୁ ଆସାମ ବିଧାନସଭା ନିର୍ବାଚନ, ପଢନ୍ତୁ ପୁରା ତଥ୍ୟ
ମାର୍ଚ୍ଚ 27ରୁ ଆରମ୍ଭ ହେବ ଆସାମ ବିଧାନସଭା ନିର୍ବାଚନ । 3 ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ।
ନୂଆଦିଲ୍ଲୀ: ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ନିର୍ବାଚନ ତାରିଖ। ପ୍ରେସମିଟ୍ କରି ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନ। କେରଳ, ତାମିଲନାଡୁ, ପୁଡୁଚେରି, ପଶ୍ଚିମବଙ୍ଗ ଓ ଆସାମ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି।

ଏହାସହ ପୋଲିଂ କର୍ମଚାରୀ, ନିର୍ବାଚନରେ ସଂପୃକ୍ତ କର୍ମଚାରୀଙ୍କୁ କରୋନା ଟିକା ଦିଆଯିବ ବୋଲି ଜଣାଯାଇଛି। ଟିକାକୁ ନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ହୋଇଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର।
ତେବେ ମାର୍ଚ୍ଚ 27ରୁ ଆରମ୍ଭ ହେବ ଆସାମ ବିଧାନସଭା ନିର୍ବାଚନ । 3 ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ମତଦାନ ମ୍ୟାଚ୍ 27 ମାର୍ଚ୍ଚ, ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ୍ 1 ଏବଂ ତୃତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ୍ 6 ଓ ଫଳାଫଳ ମେ 2 ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ।












Click it and Unblock the Notifications