ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହିଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି?
ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ତଥା ଅଜିତ ପାୱାରଙ୍କ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି)ର ନେତା ଧନଞ୍ଜୟ ମୁଣ୍ଡେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏହି ସୂଚନା ଦେଇଛନ୍ତି। ଧନଞ୍ଜୟ ମୁଣ୍ଡେଙ୍କ ବ୍ୟକ୍ତିଗତ ସହଯୋଗୀ ପ୍ରଶାନ୍ତ ଜୋଶୀ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସରକାରୀ ବାସଭବନରେ ପହଞ୍ଚି ମୁଣ୍ଡେଙ୍କ ଇସ୍ତଫାପତ୍ର ତାଙ୍କୁ ପ୍ରଦାନ କରିଥିଲେ।

ଫଡନାଭିସ କହିଛନ୍ତି ଯେ ମୁଣ୍ଡେ ମୋତେ ତାଙ୍କର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ମୁଁ ଏହାକୁ ଗ୍ରହଣ କରି ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଛି। ସରପଞ୍ଚ ସନ୍ତୋଷ ଦେଶମୁଖ ହତ୍ୟା ଘଟଣାକୁ ନେଇ ଧନଞ୍ଜୟ ମୁଣ୍ଡେ ବିବାଦରେ ଫସିଥିଲେ। ଏସଆଇଟି ଏହାର ଚାର୍ଜସିଟରେ ମୁଣ୍ଡେଙ୍କ ଘନିଷ୍ଠ ସହଯୋଗୀ ବାଲ୍ମିକ କରାଡଙ୍କୁ ବୀଡ୍ ଜିଲ୍ଲାରେ ଚାନ୍ଦା ଆଦାୟକୁ ବିରୋଧ କରିଥିବା ସରପଞ୍ଚ ସନ୍ତୋଷ ଦେଶମୁଖଙ୍କ ହତ୍ୟାର ମାଷ୍ଟରମାଇଣ୍ଡ ଭାବରେ ନାମିତ କରିଥିଲା। ଏହା ପରେ ଦେବେନ୍ଦ୍ର ଫଡନାଭିସ୍, ଅଜିତ ପାୱାର ଏବଂ ପ୍ରଫୁଲ ପଟେଲଙ୍କୁ ଚିଠି ଲେଖି କହିଥିଲେ ଯେ ଧନଞ୍ଜୟ ମୁଣ୍ଡେଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିବ। ଧନଞ୍ଜୟ ମୁଣ୍ଡେଙ୍କ ଘନିଷ୍ଠ ସହଯୋଗୀ ବାଲ୍ମିକ କରାଡ ଏବଂ ତାଙ୍କର ଛଅ ଜଣ ସହଯୋଗୀଙ୍କୁ ଚଳିତ ବର୍ଷ ଜାନୁଆରିରେ ମହାରାଷ୍ଟ୍ର ପୁଲିସ ଗିରଫ କରିଥିଲା।












Click it and Unblock the Notifications