ସମ୍ଭଲର ପ୍ରାଚୀନ ଶିବ ମନ୍ଦିର ଓ କୂଅ ପରିଦର୍ଶନ କଲେ ଏଏସଆଇ ଟିମ୍
ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଟିମ୍ ଶୁକ୍ରବାର ଉତ୍ତରପ୍ରଦେଶର ସମ୍ଭଲସ୍ଥିତ ପ୍ରାଚୀନ ଶିବ ମନ୍ଦିର ଓ କୂଅ ପରିଦର୍ଶନ କରିଛନ୍ତି। ସମ୍ଭାଲର ଜିଲ୍ଲାପାଳଙ୍କ କହିବାନୁଯାୟୀ, ମନ୍ଦିରର ସର୍ଭେ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ପୂରା ଘଟଣାକୁ ଗୁପ୍ତ ରଖାଯାଇଛି ବୋଲି ସେ କହିଛନ୍ତି। ସମ୍ଭାଲରେ ଏଏସଆଇ ଟିମ୍ ୫ଟି ମନ୍ଦିର ଓ ୧୯ଟି କୂଅ ଯାଞ୍ଚ କରିଛନ୍ତି।

ଭଦ୍ରକାଶ୍ରମ, ସ୍ୱର୍ଗଦୀପ, ଚକ୍ରପାଣି, ପ୍ରାଚୀନ ତୀର୍ଥ ଶ୍ମଶାନ ସମେତ ୧୯ଟି କୂଅକୁ ଏଏସ୍ ଆଇ ଟିମ୍ ସର୍ଭେ କରିଥିଲା। ବାସ୍ତବରେ ଏଏସ୍ଆଇ ଯାଞ୍ଚକୁ ଗଣମାଧ୍ୟମ କଭରେଜଠାରୁ ଦୂରେଇ ରଖିବାକୁ ଏଏସ୍ ଆଇ ପ୍ରଶାସନକୁ ଅନୁରୋଧ କରିଥିଲେ। ସକାଳ ପ୍ରାୟ ୬ଟା ବେଳେ ଏହି ଯାଞ୍ଚ ହୋଇଥିବା କୁହାଯାଉଛି।
ଗତ ନଭେମ୍ବର ୨୪ ତାରିଖରେ ସାହି ଜାମା ମସଜିଦର ସର୍ଭେକୁ ନେଇ ହିଂସା କାଣ୍ଡ ଘଟିଥିଲା, ଯେଉଁଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିପାଇଁ ଶୁକ୍ରବାର କୌଣସି ଅପ୍ରୀତିକର ଘଟଣାକୁ ଏଡାଇବା ପାଇଁ ମନ୍ଦିରରେ ସକାଳୁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।












Click it and Unblock the Notifications