IPS ଙ୍କ ଆତ୍ମହତ୍ୟା ମାମଲାରେ ଟ୍ବିଷ୍ଟ , ଜୀବନ ହାରିଲେ ଏଏସଆଇ
ବରିଷ୍ଠ ଆଇପିଏସ ଅଧିକାରୀ ୱାଇ ପୁରନ କୁମାରଙ୍କ ମୃତ୍ୟୁ ମାମଲାରେ ଆଉ ଏକ ଆଶ୍ଚର୍ଯ୍ୟଜନକ ମୋଡ଼ ଆସିଛି। ରୋହତକର ସାଇବର ସେଲରେ ନିୟୋଜିତ ହରିୟାଣାର ଜଣେ ପୁଲିସ କର୍ମଚାରୀ ମଙ୍ଗଳବାର ଦିନ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଜୀବନ ହାରିବା ପୂର୍ବରୁ ସେ ଏକ ତିନି ପୃଷ୍ଠାର ସୁଇସାଇଡ୍ ନୋଟ୍ ଏବଂ ଏକ ଭିଡିଓ ଛାଡିଯାଇଛନ୍ତି ଯେଉଁଥିରେ ସେ ଦିବଂଗତ ଆଇପିଏସ ଅଧିକାରୀ ୱାଇ ପୁରନ କୁମାର ଦୁର୍ନୀତିଗ୍ରସ୍ତ ଥିଲେ ବୋଲି କହିଛନ୍ତି।
ଆତ୍ମହତ୍ୟା କରିଥିବା ଏଏସଆଇ ଜଣକ ରୋହତକ ସାଇବର ସେଲର ନିଯୁକ୍ତ ଥିଲେ। ତାଙ୍କ ନାଁ ହେଉଛି ସନ୍ଦୀପ କୁମାର। ସେ ନିଜ ସୁଇସାଇଡ ନୋଟରେ ଲେଖିଛନ୍ତି ଯେ, ମୁଁ ସର୍ବଦା ସତ୍ୟର ସମର୍ଥନ କରିଛି। ମୋତେ ସତ୍ୟ ଏବଂ ସଚ୍ଚୋଟ ବ୍ୟକ୍ତି ସବୁବେଳେ ପସନ୍ଦ। ମୋ ଜେଜେ ଏବଂ ସାନ ଜେଜେ ଦେଶ ପାଇଁ ଲଢ଼ିଛନ୍ତି।

ଆଜି ସମାଜରେ ସବୁଠୁ ବଡ଼ ପ୍ରସଙ୍ଗ ହେଉଛ ଭ୍ରଷ୍ଟାଚାର ଏବଂ ଜାତିବାଦ, ଯାହା ସବୁବେଳେ ସତ୍ୟ ଏବଂ ଆଦର୍ଶରେ ବାଧା ସୃଷ୍ଟି କରିଥାଏ। ପୂରନ କୁମାରଙ୍କ ବିରୋଧରେ ସେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ ଲେଖିଛନ୍ତି, ପୂରନ ଭ୍ରଷ୍ଟାଚାରରେ ଲିପ୍ତ ଥିଲେ। ଜାତିବାଦର ସାହାରା ନେଇ ସିଷ୍ଟମକୁ ହାଇଜ୍ୟାକ କରୁଥିଲେ। ପୂରନ ତାଙ୍କୁ ବହୁ ହଇରାଣ କରିଛନ୍ତି ବୋଲି ସେ ସୁଇସାଇଡ ନୋଟରେ ଲେଖିଛନ୍ତି।












Click it and Unblock the Notifications