Get Updates
Get notified of breaking news, exclusive insights, and must-see stories!

ରେଳ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର, ଏଣିକି ମିଳିବ କନଫର୍ମ ଟିକେଟ୍

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ରେଳ ବିଭାଗ କରିଲା ବଡ଼ ଘୋଷଣା । ଏଣିକି ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା ରହିବ ନାହିଁ । ସମସ୍ତଙ୍କୁ ମିଳିବ କନଫର୍ମ ଟିକେଟ । ଏମିତି ବ୍ୟବସ୍ଥା କରୁଛନ୍ତି କେନ୍ଦ୍ର ସରକାର । ଏନେଇ ଘୋଷଣା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆଗାମୀ ୫ ବର୍ଷରେ ଭିତରେ ସରକାର ଏପରି ବ୍ୟବସ୍ଥା କରିଛନ୍ତି ଯେଉଁଥିରେ, ଯାତ୍ରୀ ଆବେଦନ କରିବା କ୍ଷଣି କନଫର୍ମ ଟିକେଟ ପାଇ ପାରିବେ ।

railway ticket

ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରତିଶ୍ରୁତି ଦେଇଥିବା ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ଗତ ଦଶନ୍ଧିରେ ଭାରତୀୟ ରେଳ କିପରି ବଦଳିଛି ତାହାର ଏକ ଉଦାହରଣ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଇଛନ୍ତି । ସେ କହିଛନ୍ତି ରେଳ ଟ୍ରାକ୍ ନିର୍ମାଣ ପ୍ରକ୍ରିୟାରେ ୨୦୦୪ ରୁ ୨୦୧୪ ମଧ୍ୟରେ ପ୍ରାୟ ୧୭,୦୦୦ କିଲୋମିଟର ଟ୍ରାକ୍ ନିର୍ମାଣ କରାଯାଇଥିଲା । କିନ୍ତୁ ୨୦୧୪ ରୁ ୨୦୨୪ ପର୍ଯ୍ୟନ୍ତ ୩୧,୦୦୦ କିଲୋମିଟର ନୂତନ ଟ୍ରାକ ନିର୍ମାଣ କରାଯାଇଛି ।

ସେହିପରି ୨୦୦୪ ରୁ ୨୦୧୪ ମଧ୍ୟରେ ପ୍ରାୟ ୫୦୦୦ କିଲୋମିଟର ରେଳ ଟ୍ରାକ୍ ବିଦ୍ୟୁତକରଣ ହୋଇଥିବାବେଳେ ଗତ ୧୦ ବର୍ଷ ମଧ୍ୟରେ ୪୪,୦୦୦ କିଲୋମିଟର ରେଳ ଟ୍ରାକ୍ ବିଦ୍ୟୁତକରଣ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+