ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଅଶୋକ ଗେହଲଟ୍
Assembly Election Results 2023: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଏବଂ ତେଲେଙ୍ଗାନା ରାଜନୀତି ପାଇଁ ଆଜି ଏକ ବିଶେଷ ଦିନ। ସମସ୍ତ ଚାରିଟି ରାଜ୍ୟରେ ସକାଳ ୮ଟାରୁ ଭୋଟ୍ ଗଣନା ଆରମ୍ଭ ହୋଇଥିଲା । ଏହି ସମୟରେ ରାଜସ୍ଥାନରେ ବିଜେପିର ଜବରଦସ୍ତ ବିଜୟ ପରେ ଅଶୋକ ଗେହଲଟ୍ ଅସ୍ତଫା ଦେବେ ଆଉ କିଛି ସମୟ ମଧ୍ୟରେ ସେ ନିଜ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ଦେବା ନେଇ ସୂଚନା ରହିଛି । ଏନେଇ ନିଜେ ଘୋଷଣା କରିସାରିଛନ୍ତି ।
राजस्थान CM अशोक गहलोत ने ट्वीट किया, "हम विनम्रतापूर्वक राजस्थान की जनता द्वारा दिए गए जनादेश को स्वीकार करते हैं। यह सभी के लिए अप्रत्याशित परिणाम है। यह हार बताती है कि हम अपनी योजनाओं, कानूनों और नवाचारों को जनता तक ले जाने में पूरी तरह से सफल नहीं हुए। मैं नई सरकार को… pic.twitter.com/7LfxSnJ5Tm
— ANI_HindiNews (@AHindinews) December 3, 2023
ରାଜସ୍ଥାନର ସିଏମ୍ ଅଶୋକ ଗେହଲୋଟ୍ ଟୁଇଟ୍ କରି କହିଛନ୍ତି, "ରାଜସ୍ଥାନର ଲୋକମାନଙ୍କ ଦ୍ୱାରା ଦିଆଯାଇଥିବା ଆଦେଶକୁ ଆମେ ନମ୍ରତାର ସହିତ ଗ୍ରହଣ କରୁଛୁ । ଏହା ସମସ୍ତଙ୍କ ପାଇଁ ଏକ ଅପ୍ରତ୍ୟାଶିତ ଫଳାଫଳ । ଏହି ପରାଜୟ ଦର୍ଶାଏ ଯେ ଆମେ ଆମର ଯୋଜନା, ନିୟମ ଏବଂ ଉଦ୍ଭାବନକୁ ସର୍ବସାଧାରଣଙ୍କ ନିକଟକୁ ନେବାରେ ସଂପୂର୍ଣ୍ଣ ସଫଳ ହୋଇନାହୁଁ । ମୁଁ ନୂତନ ସରକାରଙ୍କୁ ଶୁଭେଚ୍ଛା ଜଣାଉଛି ।

ରାଜସ୍ଥାନରେ କଂଗ୍ରେସ ହାତରୁ ସତ୍ତା ଛଡ଼ାଇ ନେଲା ବିଜେପି ରାଜସ୍ଥାନରେ ବିଜେପି ଗଢିବ ସରକାର । କଂଗ୍ରେସ ହାତରୁ ଖସିଛି ସତ୍ତା । ବିଜେପି ବର୍ତ୍ତମାନ ସୁଦ୍ଧା 36 ଆସନରେ ବିଜୟୀ ହେବା ପରେ 78 ଆସନରେ ଆଗୁଆ ଅଛି । ସେହିପରି କଂଗ୍ରେସ ଦଳ 11 ଆସନରେ ବିଜୟୀ ହୋଇଥିବା ବେଳେ ଅନ୍ୟ 60 ଆସନରେ ଆଗୁଆ ରହିଛି । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ସଚିନ ପାଇଲଟ ଟୋଙ୍କ ଆସନରୁ 29,475 ବ୍ୟବଧାନରେ ଜିତି ମୋଟ 1,05,812 ଭୋଟ୍ ପାଇଛନ୍ତି ।












Click it and Unblock the Notifications