ଶାହାଙ୍କୁ ଭେଟିଲେ ଅଶୋକ ଚୌହାନ, ବିଜେପିରେ ଦେବେଯୋଗ !
ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନଙ୍କ ସହ ଜଡିତ ବଡ ଖବର ସାମ୍ନାକୁ ଆସିଛି। ସେ ବିଜେପିରେ ଯୋଗଦେବାକୁ ଯାଉଛନ୍ତି । ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଭେଟିଛନ୍ତି । ଏହି ସୂଚନା ବିଶେଷ ସୂତ୍ରରୁ ଉଦ୍ଧୃତ |

ସୂଚନା ଯୋଗ୍ୟ ଯେ, ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର କଂଗ୍ରେସକୁ ଲାଗିଛି ପୁଣି ଝଟ୍କା। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ନାନା ପଟୋଲେଙ୍କୁ ଏନେଇ ଚିଠି ଲେଖି ସେ ଜଣାଇଥିଲେ ।
ସେ ନିଜ ଇସ୍ତଫା ପତ୍ର ଲେଖିଛନ୍ତି, ମୁଁ ଦେଶର ସବୁଠୁ ପୁରୁଣା ଦଳକୁ ଛାଡୁଛି । କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ମୁଁ ଇସ୍ତଫା ଦେଉଛି । ସେ ବିଧାନସଭା ବାଚସ୍ପତି ରାହୁଲ ନରଭେକରଙ୍କ ନିକଟକୁ ମଧ୍ୟ ନିଜ ଇସ୍ତଫା ପତ୍ର ପଠାଇଥିଲେ ।












Click it and Unblock the Notifications