କାଲି କଂଗ୍ରେସ ଛାଡ଼ିଲେ ଆଜି ପଦ୍ମ ଧରିଲେ ଅଶୋକ, ଡନାଭିସ୍ କହିଲେ କିଛି ସର୍ତ୍ତ ନାହିଁ

ଅଶୋକ ଚୌହାନ କଂଗ୍ରେସ ଛାଡି ଆଜି ବିଜେପିରେ ଯୋଗ ଦେଇଛନ୍ତି । ଏଥିରେ ଯୋଗଦେବା ପରେ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ଅଶୋକ ଚୌହାନଙ୍କୁ ବିଜେପିରେ ସ୍ୱାଗତ କରାଯାଇଛି। ମହାରାଷ୍ଟ୍ର ବିଜେପି ସଭାପତି ଅଶୋକ ଚୌହାନଙ୍କୁ ବିଜେପିର ପ୍ରାଥମିକ ସଦସ୍ୟତା ଦିଆଯାଇଛି । ଅଶୋକ ଚୌହାନଙ୍କ ସହ ଅମର ରାଜୁରକର ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି ।

Ashok Chouhan

ମହାରାଷ୍ଟ୍ର କଂଗ୍ରେସର ନେତା ବିଜେପିରେ ଯୋଗଦେବା ସହିତ ବିଜେପିର ଶକ୍ତି ବୃଦ୍ଧି ପାଇବ ବୋଲି ଫଡନାଭିସ୍ କହିଛନ୍ତି। ସେ କହିଛନ୍ତି ଯେ ଅଶୋକ ଚୌହାନ ବିନା ସର୍ତ୍ତରେ ବିଜେପିରେ ଯୋଗ ଦେଇଛନ୍ତି। ସେ କୌଣସି ପଦବୀ ଦାବି କରିନାହାଁନ୍ତି, ଖୁବ୍ ଶୀଘ୍ର ହଜାର ହଜାର କଂଗ୍ରେସ କର୍ମୀ ତାଙ୍କ ସହ ବିଜେପିରେ ଯୋଗଦେବେ। ତାଙ୍କ ଆଗମନ ଲୋକସଭା ନିର୍ବାଚନରେ ଲାଭଦାୟକ ହେବ।

ଅଶୋକ ବିଜେପିରେ ସାମିଲ ହେବା ପରେ କଂଗ୍ରେସକୁ ବଡ ଝଟକା ଲାଗିଛି। କାରଣ ନିଜ ଗୃହ ଜିଲ୍ଲା ନାଦେଣ୍ଡ ସମେତ ଏହାର ପାଖ ନିର୍ବାଚନମଣ୍ଡଳୀରେ ମଧ୍ୟ ଅଶୋକଙ୍କର ପତିଆରା ଯଥେଷ୍ଟ ଅଧିକ ରହିଛି। ମହାରାଷ୍ଟ୍ର କଂଗ୍ରେସର ଅଶୋକ ଥିଲେ ଜଣେ ଜଣାଶୁଣା ଚେହେରା। ମୋଦି ଲହର ସତ୍ତ୍ୱେ ସେ ୨୦୧୪ରେ ନନ୍ଦେଡ ଆସନରୁ କଂଗ୍ରେସକୁ ବିଜୟୀ କରାଇଥିଲେ। ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ ଅଶୋକ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । କିନ୍ତୁ ଆଦର୍ଶ ଦୁର୍ନୀତିରେ ତାଙ୍କ ନିଁ ଉଠିବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+