Get Updates
Get notified of breaking news, exclusive insights, and must-see stories!

ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କୁ ବଡ଼ ଆଶ୍ୱସ୍ତି, ୬ ମାସର ଅନ୍ତରୀଣ ଜାମିନ ପ୍ରଦାନ ରାଜସ୍ଥାନ ହାଇକୋର୍ଟ

ଗଣଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ରାଜସ୍ଥାନ ହାଇକୋର୍ଟରୁ ବଡ଼ ଆଶ୍ବସ୍ତି । ହାଇକୋର୍ଟ ଆଶାରାମ ବାପୁଙ୍କୁ ମେଡିକାଲ ଗ୍ରାଉଣ୍ଡରେ ୬ ମାସର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ହାଇକୋର୍ଟରୁ ମୁଖ୍ୟ ନ୍ୟାୟାଧୀଶ ସଂଜୀବ ପ୍ରାକାଶ ଶର୍ମା ଡିଭିଜନ ବେଞ୍ଚ ମାମଲାର ଶୁଣାଣି କରି ଆଶାରାମଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଆଶାରାମଙ୍କ ଚିକିତ୍ସା ଏବେ ଘରୋଇ ହସପିଟାଲରେ ଚାଲିଛି । ଆଶାରାମଙ୍କ ଖରାପ ସ୍ବାସ୍ଥ୍ୟବସ୍ଥା ଦର୍ଶାଇ ରେଗୁଲାର ଜାମିନ ଆବେଦନ କରୁଛନ୍ତି । ଯୌନ ଉତ୍ପୀଡନ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି ।

asaram

ଏହାପୂର୍ବରୁ ୨୦୧୩, ଜାନୁଆରୀରେ ସୁପ୍ରମିକୋର୍ଟ ଗଣଦୁଷ୍କର୍ମ ମାମଲାରେ ବନ୍ଦୀ ଥିବା ମେଡିକାଲ ଗ୍ରାଉଣ୍ଡରେ ଆଶାରାମଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା । ସେତେବେଳେ ସୁପ୍ରିମକୋର୍ଟ ବେଞ୍ଚ ଆଶାରାମଙ୍କ ବୟସାଧିକ ଜଡିତ ସ୍ବାସ୍ଥ୍ୟାଗତ ସମସ୍ୟା ଯୋଗୁଁ ଦୁଇ ଥର ହାର୍ଟଆର୍ଟାକ ହୋଇଛି ବୋଲି କହିଥିଲେ । ୨୦୧୩ରେ ହିଁ ଆଶାରାମଙ୍କୁ ଗିରଫ କରାଯାଇଥିଲା । ୧୬ ବର୍ଷର ନାବାଳିକାଙ୍କ ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+