Get Updates
Get notified of breaking news, exclusive insights, and must-see stories!

ସଂସଦରେ 'ଜୟ ପାଲେଷ୍ଟାଇନ୍'ର ସ୍ଲୋଗାନ ଦେଲେ ଅସଦୁଦ୍ଦିନ ଓୱାଇସି

Asaduddin Owaisi: AIMIM ସଭାପତି ତଥା ହାଇଦ୍ରାବାଦ ସାଂସଦଅସଦୁଦ୍ଦିନ ଓୱାଇସିଙ୍କୁ ସୃଷ୍ଟି ହୋଇଛି ଏକ ନୂଆ ବିବାଦ । ଆଜି ମଙ୍ଗଳବାର ଦିନ ଶପଥ ଗ୍ରହଣ କରିବା ପାଇଁ ସଂସଦରେ ପହଞ୍ଚିଥିଲେ ହାଇଦ୍ରାବାଦର ଏମପି ତଥା AIMIMର ମୁଖ୍ୟ ଅସଦୁଦ୍ଦିନ ଓୱାଇସି । ସେ ଲୋକସଭାର ୧୮ ତମ ଲୋକସଭାର ଦ୍ୱିତୀୟ ଦିନରେ ଶପଥ ନେଇଛନ୍ତି । ଶପଥ ଗ୍ରହଣ କରିବା ପରେ ସେ ଶେଷରେ ସଂସଦରେ 'ଜୟ ପାଲେଷ୍ଟାଇନ୍'ର ସ୍ଲୋଗାନ ଦେଇଥିଲେ ଯାହାକୁ ନେଇ ବର୍ତ୍ତମାନ ବିବାଦ ଆରମ୍ଭ ହୋଇଯାଇଛି ।

ସେହି ସମୟରେ ଲୋକସଭାର ବାଚସ୍ପତି ଦାୟିତ୍ୱରେ ଥିବା ରାଧା ମୋହନ ସିଂ ସଦସ୍ୟମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଶପଥ ବ୍ୟତୀତ ଅନ୍ୟ କୌଣସି ରେକର୍ଡ ହେବ ନାହିଁ। ଏହି ଗଣ୍ଡଗୋଳ କିଛି ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା, ଏହା ପରେ ପୁଣିଥରେ ଶପଥ ଗ୍ରହଣ ସମାରୋହ ଆରମ୍ଭ ହୋଇଥିଲା। ପ୍ରୋଟେମ୍ ବାଚସ୍ପତି ଭର୍ତୃହରି ମହତାବ ବାଚସ୍ପତି ପଦକୁ ଶୀଘ୍ର ଫେରିଥିଲେ ଏବଂ କହିଥିଲେ କେବଳ ଶପଥ ନେଇଥିବା ପାର୍ଟକୁ ରେକର୍ଡ କରାଯାଇଛି ।

ଏହି ପ୍ରସଙ୍ଗରେ AIMIM ମୁଖ୍ୟଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ନ୍ୟୁଜ୍ ଏଜେନ୍ସି ANI କୁ ସୂଚନା ଦେଇ ସେ କହିଛନ୍ତି, "ସମସ୍ତେ ଅନେକ କଥା କହୁଛନ୍ତି। ମୁଁ କେବଳ କହିଲି" ଜୟ ଭୀମ, ଜୟ ମିମ, ଜୟ ତେଲେଙ୍ଗାନା, ଜୟ ପାଲେଷ୍ଟାଇନ। "ଏହା କିପରି ବିରୋଧୀ, ସମ୍ବିଧାନର ବ୍ୟବସ୍ଥାକୁ ଦର୍ଶାନ୍ତୁ। ମୋତେ କହିବାର ଥିଲା ତାହା କହିଲି, ମହାତ୍ମା ଗାନ୍ଧୀ ପାଲେଷ୍ଟାଇନ ବିଷୟରେ ଯାହା କହିଛନ୍ତି ତାହା ସମସ୍ତେ ପଢିବା ଉଚିତ୍ ।

Asaduddin Owaisi

ସେ କାହିଁକି ପାଲେଷ୍ଟାଇନ ବିଷୟରେ ଉଲ୍ଲେଖ କରିଛନ୍ତି ବୋଲି ପଚରାଯିବାରୁ ସେ କହିଛନ୍ତି ଯେ, ସେମାନେ ଅର୍ଥାତ୍ ପାଲେଷ୍ଚାଇନ୍ ବାସିନ୍ଦା ଦଳିତ ଲୋକ। ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଏହାପୂର୍ବରୁ ୨୦୧୯ ମସିହାରେ ଯେତେବେଳେ ସେ ଶପଥ ଗ୍ରହଣ କରିଥିଲେ, ସେତେବେଳେ ସେ "ଜୟ ଭୀମ, ଆଲ୍ଲା-ଓ-ଅକବର ଏବଂ ଜୟ ହିନ୍ଦ" ସ୍ଲୋଗାନ ସହ ଶପଥ ଗ୍ରହଣ କରିଥିଲେ।

ଅସଦୁଦ୍ଦିନ ଓୱାଇସି ଶପଥ ନେବାକୁ ଯିବା ମାତ୍ରେ ବିଜେପି ସାଂସଦମାନେ 'ଜୟ ଶ୍ରୀ ରାମ'ର ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ଏହି ସ୍ଲୋଗାନରେ ଅସନ୍ତୁଷ୍ଟ ହୋଇ ଓୱାଇସି ଉର୍ଦ୍ଦୁରେ ଶପଥ ଗ୍ରହଣ କରି "ଜୟ ଭୀମ, ଜୟ ମିମ, ଜୟ ତେଲେଙ୍ଗାନା, ଜୟ ପାଲେଷ୍ଟାଇନ" କହି ଶପଥ ଶେଷ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+