ଭାରତୀୟ ଷ୍ଟକ ବଜାର ଉପରେ ସିଜେଆଇଙ୍କ ପ୍ରତିକ୍ରିୟା କହିଲେ .....
ମୁମ୍ବାଇ : ଭାରତୀୟ ଷ୍ଟକ ବଜାର କ୍ରମାଗତ ଭାବେ ନୂଆ ନୂଆ ରେକର୍ଡ କରିଚାଲିଛି । ଗତକାଲି ( ଜୁଲାଇ ୩)ରେ ନୂଆ ପ୍ରଥମ ଥର ପାଇଁ ସେନସେକ୍ସ ୮୦,୦୦୦ ପଏଣ୍ଟ ଛୁଇଁଥିଲା । କିନ୍ତୁ ବଜାର ବନ୍ଦ ହେବା ବେଳକୁ ୮୦,୦୦୦ ତଳେ ବନ୍ଦ ହୋଇଥିଲା । କିନ୍ତୁ ଆଜି ସେହି ଐତିହାସିକ ରେକର୍ଡ କରିଛି ସେନସେକ୍ସ । ସେନସେକ୍ସ ଆଜି ୮୦,୦୦୦ ପଏଣ୍ଟ ଉପରେ ବନ୍ଦ ହୋଇଛି । କେବଳ ସେକ୍ସେ ନୁହେଁ ନିଫ୍ଟି ୫୦ ମଧ୍ୟ ଐତିହାସିକ ୨୪,୦୦୦ ପଏଣ୍ଟ ଅତିକ୍ରମ କରିଛି ।
ଆଉ ଏହାରି ମଧ୍ୟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼ ସେବିକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ସେନସେକ୍ସ ପ୍ରଥମ ଥର ପାଇଁ ୮୦,୦୦୦ ହଜାର ପଏଣ୍ଟ ଅତିକ୍ରମ କରିବାକୁ ଖବରକୁ ଉଲ୍ଲେଖ କରି ସିଜେଆଇ କହିଛନ୍ତି, ଯେଉଁଠାରେ ଭାରତ ଏକ "ଷ୍ଟ୍ରାଟୋସଫେରିକ୍ ଡୋମେନ୍" ପ୍ରବେଶ କରୁଛି, ଏପରି ସ୍ଥଳେ ନିୟାମକ କର୍ତ୍ତୃପକ୍ଷଙ୍କ ଆବଶ୍ୟକ ସତର୍କତା ଉପରେ ଗୁରୁତ୍ୱାରୋପ କରିଛି ।

"ଆପଣ ଯେତେ ଅଧିକ ଷ୍ଟକ୍ ମାର୍କେଟରେ ବୃଦ୍ଧି ଦେଖୁଛନ୍ତି, ସେବି ଏବଂ ଏସଏଟି ପାଇଁ ଦାୟିତ୍ୱ ସେତେ ବଢ଼ିଯିବ ଏବଂ ସେତେ ଅଧିକ ସତର୍କତା ଅବଲମ୍ବନ କରିବେ ବୋଲି ମୁଁ ବିଶ୍ୱାସ କରୁଛି । ତେଣୁ ସଫଳତାକୁ ପାଳନ କରନ୍ତୁ କିନ୍ତୁ ସେହି ସମୟରେ ନିଶ୍ଚିତ ହୁଅନ୍ତୁ ଯେ ମେରୁଦଣ୍ଡ ସ୍ଥିର ଅଛି ।"












Click it and Unblock the Notifications