ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପଶ୍ଚିମବଙ୍ଗରେ ପ୍ରକାଶ ପାଇଲା ଅସମାପ୍ତ ଚୂଡ଼ାନ୍ତ ଭୋଟର ତାଲିକା
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପଶ୍ଚିମବଙ୍ଗରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଅସମାପ୍ତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ଆରମ୍ଭ ହୋଇଛି । ଅନ୍ଲାଇନ୍ ମାଧ୍ୟମରେ ଏହି ତାଲିକା ପ୍ରକାଶ ପୂର୍ବରୁ ବୁଥ୍ ସ୍ତରୀୟ ଅଧିକାରୀଙ୍କ ମାଧ୍ୟମରେ ଅଫ୍ ଲାଇନ୍ରେ ଜନସାଧାରଣଙ୍କ ପାଇଁ ଏହାକୁ ପ୍ରକାଶିତ କରାଯାଇଛି । ବିଭିନ୍ନ ଜିଲ୍ଲାରେ ଭୋଟର ତାଲିକା ପ୍ରକାଶିତ ହୋଇଛି । ତେବେ ଖୁବ୍ଶୀଘ୍ର ୱେବ୍ସାଇଟ୍ରେ ଏହାର ଉପଲବ୍ଧତା ପାଇଁ ନିର୍ବାଚନ କମିଶନ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ବାଙ୍କୁରା ଏବଂ କୁଚ୍ବିହାର ସମେତ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ସଂଶୋଧିତ ତାଲିକା ଅଫ୍ଲାଇନ୍ କପି ରଖାଯାଇଛି । ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶରେ ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ନିୟୋଜିତ ନ୍ୟାୟିକ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ କରାଯାଇଥିବା ଏହି ତାଲିକାରେ ୭ କୋଟି ୮ ଲକ୍ଷ ଲୋକଙ୍କର ନାମ ରହିଛି ।












Click it and Unblock the Notifications