• search
For Quick Alerts
Turn On Notification  
For Daily Alerts

ଦିଲ୍ଲୀର ଏମ୍ସରେ କରୋନା କାୟା, 35 ଡାକ୍ତର ସଂକ୍ରମିତ

|

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀର ସର ଗଙ୍ଗାରାମ ହସ୍ପିଟାଲ୍ ପରେ ଦେଶର ବୃହତ୍ତମ ହସ୍ପିଟାଲ୍ AIIMS ରେ କରୋନା ଭାଇରସର କାୟା ବିସ୍ତାର ହୋଇଛି । ଏଠାରେ 35 ଡାକ୍ତର କୋଭିଡ -19ରେ ରିପୋର୍ଟ ସକରାତ୍ମକ ଆସିବା ପରେ ଭୟର ବାତାବରଣ ସୃଷ୍ଚି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ କରୋନା ଟିକା ଦିଆଯାଇଥିଲା, ବର୍ତ୍ତମାନ ସେମାନଙ୍କୁ ହୋମ୍ କ୍ୱାରେଣ୍ଟିନରେ ରଖାଯାଇଛି । ଏହାପୂର୍ବରୁ ଗୁରୁବାର ଦିନ ସାର୍ ଗଙ୍ଗା ରାମ ହସ୍ପିଟାଲର 37 ଡାକ୍ତର କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଥିଲେ । ସମସ୍ତ ଆକ୍ରାନ୍ତ କୋଭିଡ -19 ଟିକାର ଦ୍ୱିତୀୟ ଡୋଜ ନେବା ପରେ ମଧ୍ୟ ସେମାନଙ୍କ ରିପୋର୍ଟ ସକରାତ୍ମକ ଆସିଛି ।

AIIMS

ଉଲ୍ଲେଖନୀୟ କଥା ହେଉଛି, ସାରା ଦେଶରେ ବର୍ତ୍ତମାନ କରୋନା ଭୂତାଣୁର ଦ୍ୱିତୀୟ ଲହର ଜାରି ହହିଛି । ପ୍ରଥମ ଲହର ଅପେକ୍ଷା ଏହି ଦ୍ୱିତୀୟ ଲହରର ପ୍ରଭାବ ଅଧିକା ରହିଥିବା ଦେଖିବାକୁ ମିଳୁଛି । ଗୋଟିଏ ଦିନରେ ସମ୍ନାକୁ ଆସିଥିବା ମାମଲା ସମସ୍ତ ପୂର୍ବ ରେକର୍ଡକୁ ଅତିକ୍ରମ କରିଛି । ଶୁକ୍ରବାର ଦିନ, ଗତ 24 ଘଣ୍ଟା ମଧ୍ୟରେ 1 ଲକ୍ଷ 31 ହଜାର ନୂତନ କୋଭିଡ -19 ମାମଲା ରେକର୍ଡ କରାଯାଇଛି । ଏଥି ସହିତ ଗତ 24 ଘଣ୍ଟା ମଧ୍ୟରେ 780 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି । ଯାହାକି ଚଳିତ ବର୍ଷର ଗୋଟିଏ ଦିନରେ ସାମ୍ନାକୁ ଆସିଥିବା ସବୁଠାରୁ ଅଧିକ ମାମଲା । ଗତ 24 ଘଣ୍ଟା ମଧ୍ୟରେ 61 ହଜାର 899 ଲୋକ କରୋନାରୁ ସୁସ୍ଥ ହୋଇଥିବା ସହ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1 କୋଟି 30 ଲକ୍ଷ 60 ହଜାର 542 ରେ ପହଞ୍ଚିଛି ।

ଏଥି ସହିତ ଗୁରୁବାର ଦିନ ସାର୍ ଗଙ୍ଗାରାମ ଡାକ୍ତରଖାନାର ସୂତ୍ରରୁ ପ୍ରକାଶ ଯେ ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରୁଥିବାବେଳେ ଡାକ୍ତରଖାନାର 37 ଡାକ୍ତର ମହାମାରୀ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଏହି ଡାକ୍ତରମାନଙ୍କ ମଧ୍ୟରୁ ଅଧିକାଂଶ କରୋନାର ସାମାନ୍ୟ ଲକ୍ଷଣ ଦେଖାଦେଇଛି । ସେଠାରେ ସମୁଦାୟ 32 ଡାକ୍ତରଙ୍କୁ କ୍ୱାରେଣ୍ଟିନରେ ରଖାଯାଇଛି । ଅବଶିଷ୍ଟ ପାଞ୍ଚଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତ ଏକ ବର୍ଷ ମଧ୍ୟରେ ସାର୍ ଗଙ୍ଗାରାମ ହସ୍ପିଟାଲ୍ କରୋନା ଚିକିତ୍ସାରେ ସବୁଠାରୁ ବଡ ଭୂମିକା ଗ୍ରହଣ କରିଛି ।

ସୂଚନାଯୋଗ୍ୟ, ଗୁରୁବାର ଦିନ ଗତ 24 ଘଣ୍ଟା ମଧ୍ୟରେ ଦିଲ୍ଲୀରେ 7437 ଟି ନୂଆ କରୋନା ମାମଲା ହୋଇଥିବାବେଳେ 24 ଜଣଙ୍କର ମୃତ୍ୟୁ ଘଟିଛି ଏବଂ 3687 ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
As Many as 35 Doctors Tested Positive In Delhi AIIMS
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X