ଅକ୍ସିଜେନ୍ ଅଭାବରୁ 24 ଘଣ୍ଚାରେ ଚାଲିଗଲା 25ଜଣଙ୍କ ଜୀବନ, ବାକି ଅଛି ମାତ୍ର 2 ଘଣ୍ଟାର ଅକ୍ସିଜେନ୍
ନୂଆଦିଲ୍ଲୀ : ସାରା ଦେଶରେ ଗୋଟିଏ ପଟେ କରୋନା ଭାଇରସର ଦ୍ୱିତୀୟ ଲହରର ପ୍ରକୋପ କମିବାର ନାଁ ନେଉନଥିବା ବେଳେ ମେଡିକାଲ ଅକ୍ସିଜେନ୍ ଅଭାବ ଏକ ଗୁରୁତର ସମସ୍ୟା ହୋଇ ମୁଣ୍ଡ ଟେକିଛି । ଗତ 24 ଘଣ୍ଟା ମଧ୍ୟରେ ଜାତୀୟ ରାଜଧାନୀ ଦିଲ୍ଲୀସ୍ଥିତ 'ସାର୍ ଗଙ୍ଗାରାମ ହସ୍ପିଟାଲ୍'ରେ ଅତି ସଙ୍କଟାପନ୍ନ ସ୍ୱାସ୍ଥ୍ୟାବସ୍ଥା ଥିବା 25 ଜଣ କୋଭିଡ୍- 19 ରୋଗୀଙ୍କର ମୃତ୍ୟୁ ହୋଇଛି । ସେହି ଭଳି ଆହୁରି 60 ଜଣ ରୋଗୀ ବିପଜ୍ଜନକ ଅବସ୍ଥାରେ ଥିବା କଥା ଆଜି ଡାକ୍ତରଖାନା ତରଫରୁ କୁହାଯାଇଛି ।

ଅକ୍ସିଜେନ୍ ଅଭାବ ଯୋଗୁଁ 25 ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ଉପଲବ୍ଧ ନଥିବାରୁ ଆଇସିୟୁ ଓ ଭେଣ୍ଟିଲେଟରକୁ ହସ୍ପିଟାଲରେ ମାନୁଆଲ୍ ମୋଡରେ ପରିଚାଳନା କରାଯାଉଥିବା ଜଣାପଡ଼ିଛି । ଜାତୀୟ ରାଜଧାନୀରେ 'ଅକ୍ସିଜେନ୍' ନିଅଣ୍ଟ ଅତି ଉତ୍କଟ ହୋଇ ପଡ଼ି ଥିବା ବେଳେ ଏଭଳି ଘଟଣା ଘଟିଛି ।
25 sickest patients have died in last 24 hrs at the hospital. Oxygen will last another 2 hrs. Ventilators & Bipap not working effectively. Need Oxygen to be airlifted urgently. Lives of another 60 sickest patients in peril: Director-Medical, Sir Ganga Ram Hospital, Delhi
— ANI (@ANI) April 23, 2021
ଏହାସହିତ ଗଚ୍ଛିତ ଥିବା ଅକ୍ସିଜେନ୍ ଆଉ ଦୁଇ ଘଣ୍ଟା ଯିବ ବୋଲି କୁହାଯାଇଛି । ଭେଣ୍ଟିଲେଟର୍ ଏବଂ 'ବିଆଇପିଏପି' ମେସିନ୍ ମଧ୍ୟ ଭଲ ଭାବେ କାର୍ଯ୍ୟ କରୁନାହିଁ ବୋଲି ଡାକ୍ତରଖାନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ସଦ୍ୟତମ ସୂଚନା ଅନୁସାରେ, ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ 'ଏସ୍ଓଏସ୍' ପଠାଇବା ପରେ 'ସାର୍ ଗଙ୍ଗାରାମ ହସ୍ପିଟାଲ୍'ରେ 'ଅକ୍ସିଜେନ୍' ଟ୍ୟାଙ୍କର୍ ପହଞ୍ଚାଇ ଦିଆଯାଇଛି ।

ବର୍ତ୍ତମାନ 'ସାର୍ ଗଙ୍ଗାରାମ ହସ୍ପିଟାଲ୍'ରେ 500ରୁ ଅଧିକ କରୋନା ଆକ୍ରାନ୍ତ ଚିକିତ୍ସା ହେଉଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ 150ଜଣଙ୍କର ପ୍ରଚୁର ଅକ୍ସିଜେନ୍ ଆବଶ୍ୟକ ରହିଛି ।
ଅକ୍ସିଜେନ୍ ଅଭାବ ଯୋଗୁଁ ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଭେଣ୍ଟିଲେଟର ଓ ବିପାପ ସଠିକ୍ ଭାବେ ଫଳପ୍ରଦ ହେଉନାହିଁ । ଏବେ ହସ୍ପିଟାଲରେ 60 ଜଣ ରୋଗୀଙ୍କୁ ଅକ୍ସିଜେନ୍ ଦିଆଯାଉଛି । 2 ଘଣ୍ଟା ମଧ୍ୟରେ ଅକ୍ସିଜେନ୍ ନମିଳିଲେ 60 ରୋଗୀଙ୍କ ଜୀବନ ବିପଦମୁହଁକୁ ଠେଲି ହୋଇଯିବ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି ।


Click it and Unblock the Notifications