ଦିଲ୍ଲୀରେ ଭୟଙ୍କର ହେଲା ପ୍ରଦୂଷଣ: କାଲି ଠାରୁ ଏହି ସବୁ କାମ ବନ୍ଦ

ଦିଲ୍ଲୀରେ ଗୁରୁବାର ଏୟାର କ୍ଵାଲିଟି ସାଂଘାତିକ ସ୍ଥିତିରେ ପହଞ୍ଚିଛି । ସକାଳ ୬ଟାରେ ରାଜଧାନୀର ୩୧ ଅଞ୍ଚଳରେ ପ୍ରଦୂଷଣ ଅତି ଖରାପ ଶ୍ରେଣୀରୁ ଗମ୍ଭୀର ଶ୍ରେଣୀକୁ ଖସି ଆସିଥିଲା । ଜାହାଙ୍ଗୀରପୁରୀରେ ସର୍ବାଧିକ AQI ୫୬୭ ରେକର୍ଡ କରାଯାଇଛି । ଏହିପରି ପଞ୍ଜାବ ବାଗରେ ୪୬୫ ଥିବାବେଳେ ଆନନ୍ଦ ବିହାରରେ AQI ୪୬୫ ରେକର୍ଡ କରାଯାଇଛି ।ପୂରା ସହର ଓ ଆଖପାଖ ଅଞ୍ଚଳକୁ ଘେରି ରହିଛି ପ୍ରଦୂଷଣର ଚାଦର। ପ୍ରଦୂଷଣର ମୋଟା ଆସ୍ତରଣ ଓ ଧୂଆଁଳିଆ ପରିବେଶ ମଧ୍ୟରେ ଲୋକମାନେ କେବଳ ଅଣନିଃଶ୍ୱାସୀ ଅନୁଭବ କରୁଛନ୍ତି।

ବୁଧବାର ସକାଳୁ ଏପରି ସ୍ଥିତି ଲାଗି ରହିଥିବା ବେଳେ ଦିଲ୍ଲୀରେ ବାୟୁର ଗୁଣବତ୍ତା ସାଂଘାତିକ ସ୍ତରକୁ ଖସି ଯାଇଛି। ଏବେ ଦିଲ୍ଲୀର ଏକାଧିକ ଅଞ୍ଚଳରେ ବାୟୁର ଗୁଣବତ୍ତା ସୂଚକାଙ୍କ ୪୦୦ ଉପରେ ରହିଛି। ଏହାର ଅର୍ଥ ସ୍ଥିତି ସାଂଘାତିକ ରହିଛି। ବାୟୁ ଗୁଣବତ୍ତା ପରିଚାଳନା କମିଶନ ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଆସନ୍ତାକାଲି ସୁଦ୍ଧା ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରିଛନ୍ତି। କିନ୍ତୁ ବାୟୁର ଗୁଣବତ୍ତା ସୂଚକାଙ୍କ ଦୃଷ୍ଟିରେ ରଖି କମିଶନ କିଛି କଠୋର ନିଷ୍ପତ୍ତି ନେଇଛନ୍ତି। ‌ଆସନ୍ତାକାଲି ସକାଳ ୮ଟାରୁ ନିୟମକୁ କଡ଼ାକଡ଼ି ପାଳନ କରିବାକୁ କହିଛନ୍ତି।

As Delhi chokes

ଆଗକୁ ଏହି ସ୍ଥିତି ଆହୁରି ଖରାପ ହେବାକୁ ଥିବା ବେଳେ ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ(ସିଏକ୍ୟୁଏମ) ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ(ଜିଆରଏପି) ୩ ଶ୍ରେଣୀ ଲାଗୁ କରିଛି। ଜିଆରଏପି-୩ ଲାଗୁ ହେବା ପରେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ନିର୍ମାଣକାର୍ଯ୍ୟ ଉପରେ ରୋକ ଲାଗିବ, କେବଳ ସେହି ନିର୍ମାଣକାର୍ଯ୍ୟ ଜାରି ରହିବ ଯାହା ରାଷ୍ଟ୍ରର ସ୍ୱାର୍ଥ ପାଇଁ ଜରୁରୀ ଅଟେ। ସେହିଭଳି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ (ଜିଆରଏପି) ହେଉଛି ଦିଲ୍ଲୀ ଏବଂ ଏନସିଆରରେ ବାୟୁ ପ୍ରଦୂଷଣର ମାତ୍ରା ହ୍ରାସ କରିବା ପାଇଁ ପରିକଳ୍ପିତ ପଦକ୍ଷେପ। ପ୍ରଦୂଷଣକୁ ହ୍ରାସ କରିବା ପାଇଁ ନିର୍ମାଣ, ଭାଙ୍ଗିବା ଏବଂ ଜନସାଧାରଣଙ୍କ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) 'ଗୁରୁତର' ସ୍ତରରେ ପହଞ୍ଚିବା ପରେ ଜିଆରଏପି'ର ପର୍ଯ୍ୟାୟ ୩ କାର୍ଯ୍ୟକାରୀ ହୋଇଥାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+