କେଜ୍ରିୱାଲଙ୍କ ବଡ଼ ସୂଚନା, ଇଏ ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ!
ନୂଆଦିଲ୍ଲୀ: ମଦ ନୀତି ମାମଲାରେ ତିହାର ଜେଲରୁ ମୁକ୍ତ ହେବାର ୨ ଦିନ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଘୋଷଣା କରିଛନ୍ତି ଯେ ସେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦେବେ। କେଜ୍ରିୱାଲ୍ ଗୁରୁତ୍ୱାରୋପ କରିଛନ୍ତି ଯେ ଆମ୍ ଆଦମୀ ପାର୍ଟି (ଆପ୍)ର ଭବିଷ୍ୟତ ବର୍ତ୍ତମାନ ଜନସାଧାରଣଙ୍କ ହାତରେ। ସେ କହିଛନ୍ତି, "ମୁଁ ଦୁଇ ଦିନ ଭିତରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛି। ଲୋକମାନେ ସେମାନଙ୍କର ନିଷ୍ପତ୍ତି ନଦେବା ପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ ଆସନରେ ବସିବି ନାହିଁ। ମୁଁ ଏବେ ପ୍ରତ୍ୟେକ ଘର ଓ ରାସ୍ତାକୁ ଯିବି। ସେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଆସନରେ ବସିବି ନାହିଁ; ଯେପର୍ଯ୍ୟନ୍ତ ମୋତେ ନ୍ୟାୟ ମିଳିନାହିଁ।''
ଆସନ୍ତା ଦୁଇ ଦିନ ମଧ୍ୟରେ ହେବାକୁ ଥିବା କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯିବା ସହ ଜଣେ ନୂତନ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବେ ବୋଲି ସେ ପ୍ରକାଶ କରିଛନ୍ତି।ବର୍ତ୍ତମାନ ମୁଁ ଦିଲ୍ଲୀର ଲୋକଙ୍କ ନିର୍ଦ୍ଦେଶ ପରେ ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କ ଚେୟାରରେ ବସିବି। ନ ହେଲେ ମୋ' ସ୍ଥାନରେ ଆଉ କେହି ବସିପାରନ୍ତି।

ସେ କହିଛନ୍ତି, ମୋ' ପରି ମନୀଷ ସିସୋଡିଆଙ୍କ ନାଁରେ ମଧ୍ୟ ଅଭିଯୋଗ ଅଛି, ସେ ବି ମୁଖ୍ୟମନ୍ତ୍ରୀ ହେବେ ନାହିଁ। ଦୁଇରୁ ତିନି ଦିନ ମଧ୍ୟରେ ବିଧାନସଭା ପାର୍ଟି ବୈଠକରେ ମୁଖ୍ୟମନ୍ତ୍ରୀ ପଦବୀ ଉପରେ ନିଷ୍ପତ୍ତି ନିଆଯିବ। ଏଭଳି ପରିସ୍ଥିତିରେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସନ୍ଦେହ ବଢ଼ିଚାଲିଛି। ସେ କହିଛନ୍ତି, ଯଦି କେନ୍ଦ୍ର ସରକାର ଚାହାନ୍ତି ତେବେ ମହାରାଷ୍ଟ୍ର ସହିତ ନଭେମ୍ବରରେ ନିର୍ବାଚନ କରିବା ଉଚିତ। ନିର୍ବାଚନ ନ ହେବା ପର୍ଯ୍ୟନ୍ତ ମୋ' ସ୍ଥାନରେ ଆଉ କିଏ ମୁଖ୍ୟମନ୍ତ୍ରୀ ରହିବେ।












Click it and Unblock the Notifications