ଜେଲରୁ ମହିଳାଙ୍କ ପାଇଁ ବଡ଼ ଘୋଷଣା, ମହିଳାଙ୍କୁ ମିଳିବ ୧ ହଜାର ଟଙ୍କା

Arvind Kejriwal In Jail: ତିହାର ଜେଲରୁ ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ । ଖୁବ୍ ଶୀଘ୍ର ଦୀଲ୍ଲି ମହିଳାଙ୍କୁ ମାସକୁ ମିଳିବ ୧ ହଜାର ଟଙ୍କା । ଏନେଇ ଆପ୍ ନେତ୍ରୀ ଆତିଶୀ ଏକ୍ସରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ।

Arvind Kejriwal

ସୂଚନା ଅନୁସାରେ, ଆତିଶୀ ସୋମବାର ଦିନ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି । ଯେଉଁ ସମୟରେ କେଜ୍ରିୱାଲ ତାଙ୍କୁ ଗ୍ରୀଷ୍ମ ଋତୁରେ ଦିଲ୍ଲୀରେ ପାଣିର ଅଭାବ ଯେପରି ନ ରୁହେ ଏବଂ ସମସ୍ତଙ୍କୁ ଔଷଧ ନିୟମିତ ମିଳିବା ଉଚିତ୍ । ସିଏମ କେଜ୍ରିୱାଲ ଆହୁରି କହିଛନ୍ତି ଯେ, ଶୀଘ୍ର ମହିଳାମାନଙ୍କୁ ମାସକୁ ୧ ହଜାର ଟଙ୍କା ଲେଖାଏଁ ଦିଆଯିବ।

ଆମ୍ ଆଦମୀ ପାର୍ଟି ନେତା ଅତିଶୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ଜେଲର ରହି ମଧ୍ୟ କେଜ୍ରିୱାଲ ନିଜ ପାଇଁ ଚିନ୍ତିତ ନୁହଁନ୍ତି ବରଂ ସେ ୨ କୋଟି ଦିଲ୍ଲୀବାସୀଙ୍କୁ ନେଇ ଚିନ୍ତାରେ ଅଛନ୍ତି । ଆଜି ସେ ଅର୍ଥାତ୍ ଆତିଶୀ ଜେଲ ଗସ୍ତ ସମୟରେ ଦିଲ୍ଲୀର ସରକାରୀ ବିଦ୍ୟାଳୟରେ ପାଠପଢା ବିଷୟରେ ପଚାରି ବୁଝିଥିଲେ କେଜ୍ରିୱାଲ । ଏହାସହ ଗ୍ରୀଷ୍ମଋତୁରେ ଯେପରି ଦିଲ୍ଲୀରେ ପାଣିର ଅଭାବ ନ ରୁହେ ସେ ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେ ଆହୁରି ଲେଖିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତାଙ୍କ ମା, ଭଉଣୀ ଏବଂ ଝିଅମାନଙ୍କ ପାଇଁ ଏକ ବାର୍ତ୍ତା ପଠାଇଛନ୍ତି ଯେ, ସେ ଶୀଘ୍ର ବାହାରକୁ ଆସିବେ ଏବଂ ନିଶ୍ଚିତ ଭାବରେ ଦିଲ୍ଲୀର ମହିଳାମାନଙ୍କୁ ପ୍ରତି ମାସରେ ୧ ହଜାର ଟଙ୍କା ଦେବାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ। ଅର୍ଥମନ୍ତ୍ରୀ ଆତିଶୀ ୨୦୨୪-୨୫ ବଜେଟରେ ଦିଲ୍ଲୀର ମହିଳାମାନଙ୍କୁ ମାସକୁ ଏକ ହଜାର ଟଙ୍କା ଦେବା ନେଇ ଘୋଷଣା କରିଥିଲେ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ରେ ଏକ୍ସାଇଜ୍ ପଲିସି ମାମଲାରେ ଗିରଫ କରାଯାଇଥିଲା। ମେ ୭ ତାରିଖ ପର୍ଯ୍ୟନ୍ତ ସିଏମଙ୍କୁ ନ୍ୟାୟିକ ହେପାଜତରେ ରଖାଯିବ । ମଙ୍ଗଳବାର ଦିନ ପଞ୍ଜାବର ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଭେଟିବେ। ତେବେ ଜେଲରେ ଏହା ତାଙ୍କର ଦ୍ୱିତୀୟ ବୈଠକ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+