Arvind Kejriwal Bail: ଆଜି ଜେଲରୁ ବାହାରିବେ ଅରବିନ୍ଦ କେଜ୍ରିୱାଲ, ହାଇକୋର୍ଟ ଗଲା ଇଡି
Arvind Kejriwal Bail: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଛି ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ, ଯାହା ବିରୋଧରେ ଇଡି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିର ଓକିଲମାନେ ହାଇକୋର୍ଟର ଅବକାଶ ବେଞ୍ଚରେ ଏହି ମାମଲା ଉପସ୍ଥାପନ କରିବା ନେଇ ସୂଚନା ରହିଛି । ଦିଲ୍ଲୀ ଏକ୍ସାଇଜ୍ ପଲିସି ସହ ଜଡିତ ଅର୍ଥ ହେରଫେର ମାମଲାରେ ଗୁରୁବାର (ଜୁନ୍ 20, 2024) ଆମ୍ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି।
ଏହାରି ମଧ୍ୟରେ କେଜ୍ରିୱାଲଙ୍କ ଜାମିନ ଆଦେଶକୁ 48 ଘଣ୍ଟା ରହିବାକୁ ଇଡି କରିଥିହା ଅନୁରୋଧକୁ ସ୍ୱତନ୍ତ୍ର ବିଚାରପତି ଜଷ୍ଟିସ ବିନ୍ଦୁ ପ୍ରତ୍ୟାଖ୍ୟାନ କରିଥିଲେ। ଯାହା ପରେ କେଜ୍ରିୱାଲଙ୍କୁ ଆଜି ତିହାର ଜେଲରୁ ମୁକ୍ତ କରାଯିବ । ଇଡି ଏବଂ କେଜ୍ରିୱାଲଙ୍କ ଯୁକ୍ତି ଶୁଣିବା ପରେ ଗୁରୁବାର ଦିନ କୋର୍ଟ ଏହାର ଆଦେଶ ସଂରକ୍ଷଣ କରିଥିଲେ।

କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ଦିଲ୍ଲୀ ଲିକର୍ ପଲିସିରେ ଅନିୟମିତତା ତଥା ଅନ୍ୟ ଅଭିଯୁକ୍ତଙ୍କ ସହ କେଜ୍ରିୱାଲଙ୍କ ସମ୍ପର୍କ ବିଷୟରେ କହିଥିଲେ କିନ୍ତୁ କେଜ୍ରିୱାଲଙ୍କ ଓକିଲ ଏହାର ଉତ୍ତରରେ କହିଥିଲେ ଯେ ସେମାନଙ୍କ ପାଖରେ ଅର୍ଥାତ୍ ଇଡି ପାଖରେ ଏ ନେଇ କୌଣସି ପ୍ରମାଣ ନାହିଁ।
ସୂଚନାଥାଉ ଯେ, ମାର୍ଚ୍ଚ 21 ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ଲୋକସଭା ନିର୍ବାଚନରେ ପ୍ରଚାର ପାଇଁ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ମେ 10 ତାରିଖରୁ ଜୁନ୍ 1 ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ଏହା ପରେ କେଜ୍ରିୱାଲ ଜୁନ୍ ୨ ରେ ତିହାର ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ସେବେଠାରୁ ସେ ଜେଲରେ ଅଛନ୍ତି ।












Click it and Unblock the Notifications