କେଜ୍ରିୱାଲଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ , କହିଲେ ତାଙ୍କ ଗିରଫ ଯଥାର୍ଥ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଇକୋର୍ଟଙ୍କଠାରୁ ଏକ ଶକ୍ତ ଝଟକା ଲାଗିଛି । ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଅବେଦନକୁ ଖାରଜ କରିଦେଇଛନ୍ତି । ବର୍ତ୍ତମାନ ଅରବିନ୍ଦ କେଜ୍ରିୱାଲ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟ ଗସ୍ତ କରିବେ । ସୂଚନା ମୁତାବକ, ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା CBI।

ସେ ଏହି ମାମଲାରେ ଅର୍ଥ ହେରଫେର ଅଭିଯୋଗରେ ଇଡି ପକ୍ଷରୁ ଗିରଫ ହୋଇ ତିହାର ଜେଲରେ ଥିବାବେଳେ ସେହିଠାରୁ ହିଁ CBI ତାଙ୍କୁ ଗିରଫ କରିଥିଲା। ଏହି ସମୟରେ କେଜ୍ରିୱାଲଙ୍କୁ ଇଡି ଗିରଫଦାରୀ ବିରୁଦ୍ଧରେ ରାଉଜ ଆଭେନ୍ୟୁ କୋର୍ଟରୁ ବେଲ୍ ମିଳି ସାରିଥିଲା।ଏହି ସମୟରେ CBI ଗିରଫଦାରୀକୁ ଉଦ୍ଦେଶ୍ୟମୂଳକ ଦର୍ଶାଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କେଜ୍ରିୱାଲ। ଏଥିସହ ଜାମିନ ପାଇଁ ମଧ୍ୟ ଆବେଦନ କରିଥିଲେ। ଜୁଲାଇ 17ରେ ଏହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ।

arvind kejriwal

ଆଜି ଜଷ୍ଟିସ ନୀନା ବଂଶାଲୀ ରାୟ ପ୍ରକାଶ କରି କେଜ୍ରିୱାଲଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। ବିଚାରପତି ନୀନା ବନ୍ସଲ କୃଷ୍ଣାଙ୍କ ବେଞ୍ଚ କହିଛନ୍ତି, କେଜ୍ରିୱାଲଙ୍କ ଗିରଫ ଅବୈଧ ନୁହେଁ ଏବଂ ଏହା କୁହାଯାଇ ପାରିବ ନାହିଁ ଯେ, ସିବିଆଇ ତାଙ୍କୁ ବିନା କୌଣସି କାରଣରେ ଗିରଫ କରିଛି I କେଜ୍ରିୱାଲଙ୍କୁ ସିବିଆଇ ୨୬ ଜୁନ୍‌ରେ ଇଡିର ହେପାଜତରେ ରହିଥିବା ବେଳେ ଗିରଫ କରି ଥିଲା I ହେଲେ ସୁପ୍ରିମକୋର୍ଟ ମନି ଲଣ୍ଡରିଂ କେସ୍‌ରେ ତାଙ୍କୁ ଅନ୍ତରୀଣ ଜାମିନ୍ ଦେଇଛି I ସିବିଆଇ କେସ୍‌ରେ ନିଜର ଗିରଫଦାରୀ ଓ ରିମାଣ୍ଡରେ ପଠାଇବାର ତଳକୋର୍ଟର ନିଷ୍ପରିକୁ କେଜ୍ରିୱାଲ ହାଇକୋର୍ଟରେ ଚ୍ୟାଲେଞ୍ଜ ଦେଇଥିଲେ ।

ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକଙ୍କୁ ମଦ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ କେସ୍‌ରେ ୨୧ ମାର୍ଚ୍ଚରେ ଗିରଫ କରାଯାଇ ଥିଲା I ଲୋକସଭା ନିର୍ବାଚନ ବେଳେ ସୁପ୍ରିମକୋର୍ଟ ତାଙ୍କୁ ୨୧ ଦିନର ଅନ୍ତରୀଣ ଜାମିନ ପ୍ରଦାନ କରି ଥିଲେ । ଇଡି ଓ ସିବିଆଇ କେଜ୍ରିୱାଲଙ୍କୁ ମଦ ଦୁର୍ନୀତିର ମାଷ୍ଟରମାଇଣ୍ଡ ଭାବେ କହିଥିଲେ । ହେଲେ ଆମ୍ ଆଦମୀ ପାର୍ଟି ଏହି ଅଭିଯୋଗକୁ ଖାରଜ କରି ଆସିଛି । ଆମ୍ ଆଦମୀ ପାର୍ଟିର କହିବାନୁସାରେ, ଦିଲ୍ଲୀ ସରକାରକୁ ଅସ୍ଥିର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ନେତାଙ୍କୁ ମିଛ କେସ୍‌ରେ ଫସାଇ ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+