ସ୍ବାତୀ ମାଲିୱାଲ୍ଙ୍କ ମାମଲାରେ ଗିରଫ ହେଲେ ବୈଭବ କୁମାର
ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟିର ବିବାଦ ଦିନକୁ ଦିନ ଅଡୁଆ ସୂତାରେ ଛନ୍ଦି ହେବାରେ ଲାଗିଛି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମେତ ଆପ୍ ଦଳର ମୁଣ୍ଡବିନ୍ଧାର କାରଣ ସାଜିଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆପ୍ର ରାଜ୍ୟ ସଭା ଏମପି ସ୍ୱାତୀ ମାଲିୱାଲଙ୍କୁ ମାଡ ମାରିବା ଘଟଣାରେ ଅଡ଼ୁଆ ଘେରରେ ଥିବା କେଜରିୱାଲଙ୍କ ପିଏ ବୈଭବ କୁମାରଙ୍କୁ ପୋଲିସ ହେପାଜତକୁ ନେଇଛି ।
ମାଲିୱାଲଙ୍କ ଅଭିଯୋଗ ପରେ ଦିଲ୍ଲୀ ପୁଲିସ କୁମାରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ମାମଲା ରୁଜୁର ୨ ଦିନ ମଧ୍ୟରେ ପୁଲିସ୍ ବିଭବଙ୍କୁ ଗିରଫ କରିଛି । ତାଙ୍କ ଅଭିଯୋଗରେ ମାଲିୱାଲ କହିଛନ୍ତି ଯେ ସେ କେଜ୍ରିୱଲ୍ଙ୍କ ବାସଭବନକୁ ଗଲା ବେଳେ ବିଭବ କୁମାର ତାଙ୍କ ପେଟ ଓ ଛାତିକୁ ୭-୮ଟି ଗୋଇଠା ମାରିଛନ୍ତି ।

ଏହି ଘଟଣାରେ ବୈଭବ କୁମାର ସ୍ୱାତୀ ମାଲିୱାଲଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । କିନ୍ତୁ ବୈଭବ କୁମାର କହିଛନ୍ତି ଯେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭୁଲ ଅଟେ । ବିଭବ କୁମାର ଏହା ମଧ୍ୟ କହିଛନ୍ତି ଯେ ମୁଁ ପ୍ରତିଟି ଅନୁସନ୍ଧାନରେ ସହଯୋଗ କରିବାକୁ ପ୍ରସ୍ତୁତ । ସେ ଆହୁରି କହିଛନ୍ତି ଯେ ଏପର୍ଯ୍ୟନ୍ତ ମୁଁ ଏ ସମ୍ପର୍କରେ କୌଣସି ନୋଟିସ ପାଇ ନାହିଁ, ମୁଁ ଗଣମାଧ୍ୟମରେ ଏ ବିଷୟରେ ଜାଣିବାକୁ ପାଇଥିଲି ।
ପୋଲିସ ପୂର୍ବରୁ ଜାଣିବାକୁ ପାଇଥିଲା କି, ବୈଭବ ଦିଲ୍ଲୀ ବାହାରେ ନାହାଁନ୍ତି, ବରଂ ସେ ସିଏମ୍ ବାସଭବନରେ ଅଛନ୍ତି । ଏହାପରେ ପୋଲିସ ସେଠାକୁ ଯାଇ ତାଙ୍କୁ ସେଠାରୁ ଗିରଫ କରିଛି ।












Click it and Unblock the Notifications