Arvind Kejriwal Arrest: ସୁପ୍ରିମକୋର୍ଟରୁ ମାମଲା ପ୍ରତ୍ୟାହାର କରିନେଲେ କେଜ୍ରିୱାଲ, ଜାଣନ୍ତୁ କେବେ ମିଳିବ ବେଲ୍ !

Arvind Kejriwal withdraws from Supreme Court his plea: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ବିରୋଧରେ ସୁପ୍ରିମକୋର୍ଟରେ କଥିବା ଆବେଦନ ପ୍ରତ୍ୟାହାର କରିନେଇଛନ୍ତି । ରିପୋର୍ଟ ଅନୁଯାୟୀ ଅରବିନ୍ଦ କେଜ୍ରିୱାଲ ନିମ୍ନ ଅଦାଲତରେ ନିଜର ମତ ଉପସ୍ଥାପନ କରିବେ। ତୁରନ୍ତ ଶୁଣାଣି ପାଇଁ ଇଡି ଗିରଫ ବିରୋଧରେ ସିଏମ କେଜ୍ରିୱାଲ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହା ପରେ ସେ ବର୍ତ୍ତମାନ ଆନୁଷ୍ଠାନିକ ଭାବେ ତାଙ୍କ ଆବେଦନ ପ୍ରତ୍ୟାହାର କରିଛନ୍ତି।

Arvind Kejriwal

ଅରବିନ୍ଦ କେଜ୍ରିୱାଲଙ୍କ ନିକଟରେ ହାଜର ହୋଇଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘବୀ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ତଳ କୋର୍ଟରେ ରିମାଣ୍ଡ ଜଜଙ୍କ ଆଗରେ ସେ ଗିରଫ ବିରୋଧରେ ଯୁକ୍ତି କରିବେ। ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ଏକ ସ୍ୱତନ୍ତ୍ର ବେଞ୍ଚ ମଧ୍ୟ ଦିଲ୍ଲୀ ମଦ ଦୁର୍ନୀତି ମାମଲର କେଜ୍ରିୱାଲଙ୍କ ଗିରଫଦାରୀ ଉପରେ ଶୁଣାଣି କରିବାକୁ ରାଜି ହୋଇଥିଲେ । ହେଲେ ହଠାତ୍ କେଜ୍ରିୱାଲ ନିଜ ଆବେଦନ ପ୍ରତ୍ୟାହାର କରିନେଇଛନ୍ତି ।

ଅରବିନ୍ଦ କେଜ୍ରିୱାଲଙ୍କୁ କେବେ ଜାମିନ ମିଳିବ ?

ସୂଚନାଥାଉ ଯେ, ଆଜି ଯଦି କେଜ୍ରିୱାଲଙ୍କୁ ଜାମିନ ମଞ୍ଜୁର ନହୁଏ ତେବେ କେଜ୍ରିୱାଲଙ୍କୁ ଏବେ ଦୀର୍ଘ ଦିନ ଇଡି ହେପାଜତରେ ରହିବା ପାଇଁ ପଡିବ । ତେବେ ଆଗକୁ ହୋଲି ରହିଛି, ୨୨ ମାର୍ଚ୍ଚ ସୁପ୍ରିମକୋର୍ଟର ଶେଷ କାର୍ଯ୍ୟ ଦିବସ ଯାହା ଆସନ୍ତା ଏପ୍ରିଲ୍ ୧ ତାରିଖରେ ସୁପ୍ରିମକୋଟ ଖୋଲିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+