Get Updates
Get notified of breaking news, exclusive insights, and must-see stories!

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ଇଡି: ସୁପ୍ରିମକୋର୍ଟରେ ପହଞ୍ଚିଲା କେଜ୍ରିୱାଲଙ୍କ ଲିଗାଲ ଟିମ୍

Delhi liquor policy case: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଜି ୱାରେଣ୍ଟ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପହଞ୍ଚି ଯାଇଛି ଇଡି ଟିମ୍ । ଗୁରୁବାର ଦିନ ହାଇକୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇବା ପାଇଁ ମନା କରି ଦେଇଛନ୍ତି । ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି । ଇ-ଫାଇଲ୍ ମାଧ୍ୟମରେ ଆବେଦନ କରାଯାଇଛି ଏବଂ ଶୀଘ୍ର ଏହାର ଶୁଣାଣି ପାଇଁ ଦାବି କରାଯାଇଛି।

ସୂଚନାଥାଉ ଯେ, ଗୁରୁବାର ବିଳମ୍ବିତ ରାତିରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦଳ ଦଶମ ଡାକରା ଦେବା ପାଇଁ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପହଞ୍ଚିଥିଲେ। ଇଡି ଦଳ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିଛି। ଇଡି ଦଳ ପଚରାଉଚରା କରୁଛନ୍ତି। ଦଳର ଅନ୍ୟ ନେତାଙ୍କୁ ଘର ଭିତରକୁ ପ୍ରେବଶ କିରବା ପାଇଁ ଅନୁମତି ଦିଆଯାଉ ନାହିଁ ।

Delhi liquor policy case

ଖବର ଅନୁସାରେ, କେଜ୍ରିୱାଲଙ୍କ ଘର ସର୍ଚ୍ଚ କରିବା ସବ ତାଙ୍କ ବୟାନ ରେକର୍ଡ କରାଯାଇଛି । ପ୍ରିଭେନସନ ଅଫ୍ ମନି ଲଣ୍ତରିଂ ମାକ୍ଟରିଂ ଆକ୍ଟର ଧାର ୫୦ ଅନୁସାରେ ତାଙ୍କ ବୟାସ ରେକର୍ଡ କରାଯାଇଥିବା ନେଇ ସୂଚନା ରହିଛି । ଗୋଟେ ପଟେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବୟାନ ରେକର୍ଡ କରୁଥିବା ବେଳେ ଅନ୍ୟପଟେ କେଜ୍ରିୱାଲଙ୍କ ଲିଗାଲ ଟିମ୍ ସୁପ୍ରିମକୋର୍ଟରେ ପହଞ୍ଚିଛି । କେଜ୍ରିୱାଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀ ସୁପ୍ରିମକୋର୍ଟ ଯାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+