୫୦ ଦିନ ପରେ ଜେଲରୁ ବାହାରିଲେ କେଜ୍ରିୱାଲ
ନୂଆଦିଲ୍ଲୀ: ୫୦ ଦିନ ପରେ ତିହାର ଜେଲରୁ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସୁପ୍ରିମକୋର୍ଟଙ୍କ ଜାମିନ ମଞ୍ଜୁର ପରେ ଆଜି ସନ୍ଧ୍ୟାରେ କେଜ୍ରିୱାଲ ତିହାର ଜେଲରୁ ବାହାରିଛନ୍ତି । ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ସର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
ଜଷ୍ଟିସ ସଞ୍ଜୀବ ଖନ୍ନା ଓ ଦୀପରଙ୍କର ଦତ୍ତାଙ୍କୁ ନେଇ ଗଠିତ ଏକ ଖଣ୍ତପୀଠ ଜାମିନ ଆବେଦନର ଶୁଣାଣି କରିଥିଲେ । ଜୁନ ୨ ତାରିଖ ପରେ କେଜ୍ରିୱାଲଙ୍କୁ ପୁଣି ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସେ କୌଣସି ସରକାରୀ ଫାଇଲରେ ଦସ୍ତଖତ କରିବେ ନାହିଁ, ଯଦି ଏହା ଏକ ଗୁରୁତ୍ୱପୂର୍ଣ୍ଣ ଫାଇଲ ନ ହୋଇଥାଏ ତେବେ । ସେହିପରି ଦସ୍ତଖତ କରିବାକୁ LG ରୁ ଅନୁମତି ନେବାକୁ ପଡିବ। ସାମ୍ପ୍ରତିକ ମାମଲାରେ ସେ ତାଙ୍କ ଭୂମିକା ଉପରେ କୌଣସି ମନ୍ତବ୍ୟ ଦେବେ ନାହିଁ ଏବଂ କୌଣସି ସାକ୍ଷୀଙ୍କ ସହ କଥାବାର୍ତ୍ତା କରିବେ ନାହିଁ କିମ୍ବା ଏହି ମାମଲା ସହ ଜଡିତ କୌଣସି ଅଫିସିଆଲ୍ ଫାଇଲ୍ ଦେଖିପାରିବେ ନାହିଁ ।
ଦିଲ୍ଲୀରେ ଭୋଟିଂ ପୂର୍ବରୁ ନିଜ ଜାମିନକୁ ଅପେକ୍ଷା କରିଥିବା କେଜ୍ରିୱାଲଙ୍କୁ ଏବଂ ତାଙ୍କ ପାର୍ଟିକୁ ଏହା ଏକ ଆଶ୍ୱସ୍ତିମୂଳକ ଖବର । କେଜ୍ରିୱାଲଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଅନ୍ତରୀଣ ଜାମିନ ଆବେଦନ ଉପରେ ଶୁଣାଣି କରିଥିଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତ ।
ସେହିପରି ଇଡି କୋର୍ଟ ଅନ୍ତରୀଣ ଜାମିନକୁ ବିରୋଧ କରିଥିଲା କିନ୍ତୁ ଜଷ୍ଟିସ୍ ସଞ୍ଜୀବ ଖନ୍ନା ଏବଂ ଜଷ୍ଟିସ୍ ଦୀପଙ୍କର ଦରାଙ୍କ ଖଣ୍ଡପୀଠ କେଜ୍ରିୱାଲଙ୍କ ସପକ୍ଷରେ ରାୟ ଶୁଣାଣି କରିଛନ୍ତି । ଜାମିନ ମିଳିବା ପରେ କେଜ୍ରିୱାଲ ଜେଲରୁ ବାହାରିବା ପରେ ନିର୍ବାଚନ ପ୍ରଚାରରେ କରିପାରିବେ ଏବଂ ସାମ୍ବାଦିକ ସମ୍ମିଳନୀ କରିପାରିବେ ।












Click it and Unblock the Notifications