ସରକାରୀ ବଙ୍ଗଳା ଛାଡ଼ିଲେ କେଜ୍ରିୱାଲ
Arvind Kejriwal: ସରକାରୀ ବଙ୍ଗଳା ଛାଡ଼ିଲେ ଆପ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ । ପ୍ରାୟ ୯ ବର୍ଷରୁ ଅଧିକ ହେବ କେଜ୍ରିୱାଲ ଦିଲ୍ଲୀର ଫ୍ଲାଗସଷ୍ଟା ରୋଡରେ ମୁଖ୍ୟମନ୍ତ୍ରୀ ବାସଭବନରେ ନିଜ ପରିବାର ସହ ରହୁଥିଲେ । କେଜ୍ରିୱାସ ଆପର ଜଣେ ସାଂସଦଙ୍କ ଘରରେ ବର୍ତ୍ତମାନ ରହିବେ ।

କେଜ୍ରିୱାଲ AAP ସାଂସଦ ଅଶୋକ ମିତ୍ତଲଙ୍କ ଘରେ ରହିବେ। ଅଶୋକ ମିତ୍ତଲଙ୍କ ଘର 5 ଫିରୋଜଶା ରୋଡରେ ଅବସ୍ଥିତ । ଆପ ମୁଖ୍ୟ ତାଙ୍କ ବିଧାନସଭା ଏବଂ ନୂଆଦିଲ୍ଲୀରୁ ନିର୍ବାଚନ ପାଇଁ ପ୍ରଚାର କରିବେ। ଦଳର ଅନେକ ନେତା, କାଉନସିଲର, ବିଧାୟକ ଏବଂ ସାଂସଦମାନେ ଅରବିନ୍ଦ କେଜ୍ରିୱାଲଙ୍କୁ ସେମାନଙ୍କ ଘର ପ୍ରଦାନ କରିଥିଲେ।
ଆଜି ବାପା, ମା' ପତ୍ନୀ, ଏବଂଦୁଇ ପିଲାଙ୍କୁ ଧରି କେଜ୍ରିୱାଲ ନିଜ ସରକାରୀ ବଙ୍ଗଳା ଖାଲି କରିଥିଲେ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସରକାରୀ ବଙ୍ଗଳା ଖାଲି କରି କେଜ୍ରିୱାସ ସିଧାସଳଖ ଅଶୋକ ମିତ୍ତଲଙ୍କ ସରକାରୀ ବାସଭବନେ ପହଞ୍ଚିଥିଲେ । ମଣ୍ତି ହାଉସ ନିକଟ ୫ ଫିରୋଜ ଶାହ ରୋଡରେ ମିତ୍ତଲଙ୍କ ସରକାରୀ ବାସଭବନ ରହିଛି। ଯାହା କେଜ୍ରିୱାଲଙ୍କ ପରବର୍ତ୍ତୀ ଠିକଣା ।












Click it and Unblock the Notifications