Delhi Liquor Policy Case: ୨ରେ ଜେଲ୍ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
Delhi Liquor Policy Case: ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କୁ ଲାଗିଲା ବଡ଼ ଝଟକା । ଜୁନ୍ ୨ ତାରିଖରେ ପୁଣି ଯିବା ପାଇଁ ପଡିବ ଜେଲ । କେଜ୍ରିୱାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ 7 ଦିନ ବୃଦ୍ଧି କରିବାକୁ ଚାହୁଁଥିବା ଆବେଦନ ସୁପ୍ରିମକୋର୍ଟରେ ଶୁଣାଣି ହେବ ନାହିଁ।
ସୂଚନା ଅନୁସାରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ମଧ୍ୟବର୍ତ୍ତିକାଳୀନ ଜାମିନ ଅବେଦନ ଅବଧିକୁ ୭ ଦିନ ବୃଦ୍ଧି କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ହେଲେ ସୁପ୍ରିମକୋର୍ଟ ରେଜିଷ୍ଟ୍ରି ଏହି ଆବେଦନର ତୁରନ୍ତ ଶୁଣାଣି କରିବାକୁ ମନା କରି ଦେଇଛନ୍ତି ଏବଂ ଏହାକୁ ଖାରଜ କରିଦେଇଛନ୍ତି । ଏଥିସହ ଆବେଦନ ବିଳମ୍ବରେ ଦାଖଲକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି କୋର୍ଟ ।

ରେଜିଷ୍ଟ୍ରି ପକ୍ଷରୁ କୁହାଯାଇଛି ଯେ, କେଜ୍ରିୱାଲଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଏହି ଆବେଦନ ଉପରେ କୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି। ସୁପ୍ରିମକୋର୍ଟ ସିଏମଙ୍କୁ ଟ୍ରାଏଲ କୋର୍ଟରେ ଜାମିନ ଆବେଦନ କରିବା ପାଇଁ ସ୍ୱାଧିନତା ମଧ୍ୟ ଦେଇଛନ୍ତି । ଏହି ଆବେଦନକୁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୁଡଙ୍କ ନିକଟକୁ ମଧ୍ୟ ପଠାଇ ଦିଆଯାଇଛି । ତେବେ ଏପରି ନିଷ୍ପତ୍ତି ପରେ କେଜ୍ରିୱାଲଙ୍କୁ ଆସନ୍ତା ଜୁନ୍ ୨ରେ ସରେଣ୍ତର କରିବାରୁ ପଡିବ ବୋଲି ସ୍ପଷ୍ଟ ହୋଇଛି ।
ଦିଲ୍ଲୀର ମଦ ନୀତି ଦୁର୍ନୀତିରେ ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସିଏମ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ସୁପ୍ରିମକୋର୍ଟରେ ଇଡି ଗିରଫକୁ କେଜ୍ରିୱାଲ ଚ୍ୟାଲେଞ୍ଜ କରିଛନ୍ତି। ଏହି ଆବେଦନ ଉପରେ ସୁପ୍ରିମକୋର୍ଟ ସଂରକ୍ଷିତ ରଖିଥିଲେ। ତେବେ ନିର୍ବାଚନରେ ପ୍ରଚାର କରିବା ପାଇଁ କୋର୍ଟ କେଜ୍ରିୱାଲଙ୍କୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ।
ସୋମବାର ଦିନ ଦିଲ୍ଲୀ ସିଏମ କେଜ୍ରିୱାଲ ସୁପ୍ରିମକୋର୍ଟରେ ଆବେଦନ କରି ଡାକ୍ତରୀ ପରୀକ୍ଷା ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ୭ ଦିନ ବୃଦ୍ଧି କରିବାକୁ ଦାବି କରିଛନ୍ତି। କେଜ୍ରିୱାଲ ତାଙ୍କ ପିଟିସନରେ କହିଥିଲେ ଯେ ଗିରଫ ପରେ ସେ ୭ କିଲୋଗ୍ରାମ ଓଜନ ହ୍ରାସ କରିଛନ୍ତି। କେବଳ ଏତିକି ନୁହେଁ, ଏପରି ପରିସ୍ଥିତିରେ, ଏହି ଲକ୍ଷଣଗୁଡିକ କିଛି ଗୁରୁତର ରୋଗର ହୋଇପାରେ ।
ମ୍ୟାକ୍ସର ଡାକ୍ତରମାନେ ତାଙ୍କୁ ପରୀକ୍ଷା କରିଛନ୍ତି। ବର୍ତ୍ତମାନ PET-CT ସ୍କାନ୍ ଏବଂ ଅନେକ ପରୀକ୍ଷା କରିବା ଆବଶ୍ୟକ । ତେଣୁ ଡାକ୍ତରୀ ଯାଞ୍ଚ ପାଇଁ ତାଙ୍କୁ ୭ ଦିନ ସମୟ ଦିଆଯିବା ଉଚିତ୍ । ମଙ୍ଗଳବାର ଦିନ କେଜ୍ରିୱାଲ ଏହି ଆବେଦନ ଉପରେ ତୁରନ୍ତ ଶୁଣାଣି କରିବାକୁ ଦାବି କରିଛନ୍ତି। ହେଲେ ସୁପ୍ରିମକୋର୍ଟଙ୍କ ତାଙ୍କର ଏହି ଆବେଦନକୁ ଖାରଜ କରିଛନ୍ତି ।












Click it and Unblock the Notifications