ରାଜ୍ୟସଭା ଯିବେ କେଜ୍ରିଓ୍ବାଲ !
ଦିଲ୍ଲୀ ନିର୍ବାଚନରେ ଆମ୍ ଆଦ୍ମୀ ପାର୍ଟି(ଆପ୍)ର ପରାଜୟ ପରେ ଅରବିନ୍ଦ କେଜ୍ରିୱାଲଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା କରାଯାଉଥିଲା। ଏବେ ବିଶେଷ ସୂତ୍ରରୁ ଖବର ଆସିଛି ଯେ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପାଇଁ ସଞ୍ଜୀବ ଆରୋରା ରାଜ୍ୟସଭା ଆସନ ଛାଡ଼ି ପାରନ୍ତି। କୁହାଯାଉଛି ଯେ, ସଞ୍ଜୀବ ଆରୋରାଙ୍କ ସ୍ଥାନରେ ଅରବିନ୍ଦ କେଜ୍ରିୱାଲ ରାଜ୍ୟସଭା ଯାଇପାରନ୍ତି। ଏହିପରି ଭାବେ କେଜ୍ରିୱାଲ ପଞ୍ଜାବରୁ ରାଜ୍ୟସଭା ଯିବା ନିଶ୍ଚିତ ବୋଲି କୁହାଯାଉଛି। ଅପରପକ୍ଷେ, ସଞ୍ଜୀବ ଆରୋରା ଲୁଧିଆନା ଓ୍ବେଷ୍ଟରୁ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ହେବେ।
ପଞ୍ଜାବରୁ ରାଜ୍ୟସଭା ସାଂସଦ ସଞ୍ଜୀବ ଆରୋରା ଥିବା ବେଳେ ତାଙ୍କୁ ଉପନିର୍ବାଚନରେ ଆପ୍ ପ୍ରାର୍ଥୀ କରିବା କେଜ୍ରିୱାଲ ରାଜ୍ୟସଭା ଯାଉଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଯେହେତୁ କେଜ୍ରିୱାଲ ଜାତୀୟ ଚେହେରା ତେଣୁ ସେ ରାଜନୀତିରୁ ହଜି ନଯିବାକୁ ରଣନୀତି ଚଳାଇଛନ୍ତି । ତେଣୁ ସଞ୍ଜୀବ ଆରୋରାଙ୍କ ସ୍ଥାନରେ ସେ ସଂସଦର ଉଚ୍ଚ ସଦନକୁ ଯାଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ପଞ୍ଜାବରେ ଏବେ ଆପ ସରକାର ରହିଛି । ସଂଖ୍ୟା ଦୃଷ୍ଟିରୁ ପଞ୍ଜାବରୁ ହିଁ ରାଜ୍ୟସଭା ସାଂସଦ ପଠାଇପାରିବ ଆପ୍ । ଜାତୀୟ ରାଜନୀତିରେ ନିଜର ଅସ୍ତିତ୍ବ ବଞ୍ଚାଇବାକୁ କ୍ରେଜିୱାଲ ରାଜ୍ୟସଭାକୁ ସାଂସଦ ଭାବେ ଯିବାକୁ ଚାହୁଁଥିବା ଆଲୋଚନା ହେଉଛି । କାରଣ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ କେବଳ ଶାସନ କ୍ଷମତାରୁ ଯାଇନି ବରଂ ଦଳର ସଂଯୋଜକ କେଜ୍ରିୱାଲଙ୍କୁ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡିଛି ।












Click it and Unblock the Notifications