କର୍ଣ୍ଣାଟକାରୁ ନିର୍ବାଚନ ଲଢିବ ଆପ୍, ମୋଦିଙ୍କୁ ଟାର୍ଗେଟ୍ କଲେ କେଜ୍ରିୱାଲ୍
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଶନିବାର କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ସଚ୍ଚୋଟ ଲୋକଙ୍କୁ ଭୟ କରୁଛନ୍ତି ।

ନୂଆଦିଲ୍ଲୀ: ଦିଲ୍ଲୀ, ପଞ୍ଜାବ ପରେ ଏବେ କର୍ଣ୍ଣାଟକରେ ମଧ୍ୟ ବିଧାନସଭା ନିର୍ବାଚନ ଲଢିପାରେ ଆପ୍ । ଚଳିତ ବର୍ଷ ମେ ମାସରେ ହୁଏତ କର୍ଣ୍ଣାଟକାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ । ରାଜ୍ୟରେ ରାଜନୈତିକ ମାହୋଲକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏକ ସାଧାରଣ ସଭା କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଶନିବାର କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ସଚ୍ଚୋଟ ଲୋକଙ୍କୁ ଭୟ କରୁଛନ୍ତି ।
ଦାବନାଗେରେ ଏକ ସାଧାରଣ ସଭାରେ ସମ୍ବୋଧିତ କରୁଥିବାବେଳେ ସିଏମ୍ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ତ୍ରିପୁରା, ନାଗାଲାଣ୍ଡ ଏବଂ ମେଘାଳୟ ନିର୍ବାଚନର ଫଳାଫଳ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ମୁଖ୍ୟାଳୟକୁ ଯାଇ ନିଜ ଭାଷଣରେ ଆମ୍ ଆଦମୀ ପାର୍ଟି ବିଷୟରେ ଅଲୋଚନା କରିଛନ୍ତି, ହେଲେ ଆମେ ତ ଏହି ତିନୋଟି ରାଜ୍ୟରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ନାହୁଁ । ଲାଗୁଛି ପିଏମ ମୋଦୀ ଭୟରେ ଅଛନ୍ତି । ସେ ସଚ୍ଚୋଟ ଲୋକମାନଙ୍କଠାରୁ ଦୂରରେ ରହିବାକୁ କୁହନ୍ତି । ଏହା ହିଁ ସତ୍ୟ । ତେବେ ପୁରା ଦେଶରେ ଆମ ଆଦମି ପାର୍ଟି ପ୍ରତି ଲୋକଙ୍କର ଭଲ ପାଇବା ଦେଖି ପ୍ରଧାନମନ୍ତ୍ରୀ ମୋଦୀ ଇର୍ଷା କରୁଛନ୍ତି । କର୍ଣ୍ଣଟକାରେ ପ୍ରଥନ ସାଧାରଣ ସଭାକୁ ସମ୍ବୋଧନ କରି କେଜ୍ରିୱାଲ୍ କହିଛନ୍ତି, କର୍ଣ୍ଣାଟକାରେ ୪୦ପ୍ରତିଶତ କମିସନ ନେଉଥିବା ସରକାର ଅଛନ୍ତି ।
ଆପର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି ଯେ, ଦୁର୍ନୀତି ପାଇଁ ଆମ ଦଳରେ ସ୍ଥାନା ନାହିଁ । ଦଳ ଶାସିତ ପଞ୍ଜାବରେ ଜଣେ ମନ୍ତ୍ରୀ ଏବଂ ଜଣେ ବିଧାୟକଙ୍କୁ ଗିରଫ କରି ଜେଲକୁ ପଠାଇ ଦିଆଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ କର୍ଣ୍ଣାଟକକୁ ଦୁର୍ନୀତିମୁକ୍ତ ସରକାର ଦେବୁ। ଆମେ ମାଗଣା ବିଦ୍ୟୁତ୍ ଯୋଗାଇବୁ, ଭଲ ସରକାରୀ ବିଦ୍ୟାଳୟ ଗଠନ କରିବୁ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବୁ।












Click it and Unblock the Notifications