କେଜ୍ରିୱାଲଙ୍କୁ ୬ଷ୍ଠ ନୋଟିସ ପଠାଇଲା ଇଡି

ନୂଆଦିଲ୍ଲୀ: ମଦ ଘୋଟାଲା ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଷଷ୍ଠ ଥର ପାଇଁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଫେବୃଆରୀ ୧୯ ତାରିଖରେ ହଜାର ହେବାକୁ କେଜ୍ରିୱାଲଙ୍କୁ ଇଡି କହିଛି । ଏହା ପୂର୍ବରୁ ଇଡି କେଜ୍ରିୱାଲଙ୍କୁ ୫ ଥର ସମନ କରିସାରିଛି ।

ଫେବୃଆରୀ ୨, ଜାନୁଆରୀ ୧୭, ଜାନୁଆରୀ ୩, ଡିସେମ୍ବର ୨୧ ଏବଂ ନଭେମ୍ବର ୨ ରେ ଇଡି କେଜ୍ରିୱାଲଙ୍କୁ ଡକାଇଥିଲା, କିନ୍ତୁ ଦିଲ୍ଲୀ ସିଏମ ହାଜର ହୋଇନଥିଲେ ଇଡି କାର୍ଯ୍ୟାୟରେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେଜ୍ରିୱାଲ ଇଡି ଆଗରେ ହଜାର ହୋଇନାହାନ୍ତି । ଇଡିର ସମନକୁ ସେ ପ୍ରତିଶୋଧମୂଳକ କାର୍ଯ୍ୟ ବୋଲି କହିଛନ୍ତି ।

arvind kejriwal

ଅନ୍ୟପଟେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ବଡ଼ ଝଟକା ଲାଗିଛି । ହାଜର ନହେବା କାରଣରୁ ଇଡି କୋର୍ଟରେ ଏକ ଆବେଦନ କରିଥିଲେ । ଯେଉଁଥିରେ କୋର୍ଟ ସିଏମ କେଜ୍ରିୱାଲଙ୍କୁ ଡକାଇଛନ୍ତି, ଯେଉଁଥିରେ ତାଙ୍କୁ ୧୭ ଫେବୃଆରୀରେ କୋର୍ଟରେ ହାଜର ହେବାକୁ କୁହାଯାଇଛି ।

ଦିଲ୍ଲୀ ଏକ୍ସାଇଜ୍ ପଲିସି ମାମଲାରେ କେନ୍ଦ୍ରୀୟ ଏଜେନ୍ସିର ସମନକୁ ଏଡାଇଥିବାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦିଲ୍ଲୀ ସିଏମଙ୍କୁ ପାଞ୍ଚ ଥର ସମନ ପଠାଇଛି କିନ୍ତୁ କେଜ୍ରିୱାଲ ହାଜର ହୋଇନଥିଲେ । ଏହା ପରେ ଅନୁସନ୍ଧାନକାରୀ ସଂସ୍ଥା କୋର୍ଟ ନିକଟକୁ ଯାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+