କେଜ୍ରିୱାଲଙ୍କୁ ୧୪ ଦିନି ନ୍ୟାୟିକ ହେପାଜତକୁ ପଠାଇଲେ କୋର୍ଟ
ନୂଆଦିଲ୍ଲୀ : ଦିଲ୍ଲୀ ମଦ ନୀତି ଦୁର୍ନିତ ମାମଲା ଏବଂ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଆଜି ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରିଛି ସିବିଆଇ । କୋର୍ଟଙ୍କୁ ସିବିଆଇ ଅଧିକାରୀ କେଜ୍ରିଆଲ୍ଙ୍କୁ ଆଉ ରିମାଣ୍ଡରେ ନେବାକୁ ମନା କରିଛନ୍ତି ।
ଅଧିକାରୀ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ । ଏହାର ବିଚାର କରି କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ।ସୂଚନା ଥାଉକି ରାଉଜ ଆଭେନ୍ୟୁ କୋର୍ଟ କେଜରିୱାଲଙ୍କୁ ୩ ଦିନ ରିମାଣ୍ଡରେ ନେବା ପାଇଁ ସିବିଆଇକୁ ଅନୁମତି ଦେଇଥିଲେ । ଯାହାକି ଆଜି ସରିଛି । ରିମାଣ୍ଡ ସରିବା ପରେ କୋର୍ଟରେ ତାଙ୍କୁ ସିବିଆଇ ହାଜର କରିଥିଲା ।

ସିବିଆଇ କହିଛି ଯେ ଅଭିଯୁକ୍ତ କିମ୍ବା ଅଦାଲତ ତଦନ୍ତକାରୀ ଅଧିକାରୀଙ୍କଠାରୁ କେସ୍ ଡାଏରୀ ମାଗିପାରିବେ ନାହିଁ । କୋର୍ଟ କେବଳ କେସ୍ ଡାଏରୀ ଦେଖିପାରିବେ । ଅନେକ ପୁରୁଣା ନିଷ୍ପତ୍ତିରେ ଏହା କୁହାଯାଇଛି । ଏଥିସହ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଓକିଲ କହିଛନ୍ତି ଯେ ଆମେ ମଧ୍ୟ ବିଚାର ବିଭାଗୀୟ ହେପାଜତ ଦାବି ବିରୋଧରେ ଆବେଦନ କରିବାକୁ ଚାହୁଁଛୁ ।
ଆମକୁ କିଛି ସମୟ ଦିଅନ୍ତୁ । ବିଚାରପତି ସିଏମ କେଜ୍ରିୱାଲଙ୍କ ଓକିଲଙ୍କୁ ପଚାରିଥିଲେ ଯେ ଆପଣ କାହିଁକି ଏହି ଆବେଦନ ଦାଖଲ କରିବାକୁ ଚାହୁଁଛନ୍ତି । ଯଦି ଜାମିନ ଆବେଦନ କରିବାର ଅଛି ତେବେ ସମ୍ପୃକ୍ତ ଅଦାଲତରେ ଜାମିନ ଆବେଦନ କରନ୍ତୁ । ବିଚାରପତି କେଜ୍ରିୱାଲଙ୍କ ଓକିଲଙ୍କୁ ଆବେଦନ ଦାଖଲ କରିବାକୁ ଅନୁମତି ଦେଇଛନ୍ତି ।












Click it and Unblock the Notifications