ମୁଖ୍ୟମନ୍ତ୍ରୀ ମଦରୁ ଇସ୍ତଫା ଦେବେ ନାହିଁ କେଜ୍ରିୱାଲ୍, ଜେଲରୁ ଚଳାଇବେ ସରକାର
Arvind Kejriwal Arrest: ଆମ୍ ଆଦମୀ ପାର୍ଟି ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନ ମାର୍ଚ୍ଚ 28 ପର୍ଯ୍ୟନ୍ତ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରିମାଣ୍ତରେ ରହିବେ । ବର୍ତ୍ତମାନ ଦିଲ୍ଲୀ ସିଏମ ରାଉରକେଲା ଆଭେନ୍ୟୁ କୋର୍ଟରେ ଏକ ପିଟିସନ ଦାଖଲ କରି ଆସିଷ୍ଟାଣ୍ଟ ପୋଲିସ କମିଶନର (ଏସିପି) ଏ.କେ ସିଂଙ୍କୁ ତାଙ୍କ ସୁରକ୍ଷା ଦାୟିତ୍ୱରୁ ହଟାଇବାକୁ ଅନୁରୋଧ କରିଛନ୍ତି।

ସୂଚନାନୁସାରେ, ମଦ ଦୁର୍ନୀତି ମାମଲା ଶୁଣାଣି ସମୟରେ କହିଛନ୍ତି ପୋଲିସ ତାଙ୍କ ସହ ଅସଦାଚରଣ କରୁଛି । ମାର୍ଚ୍ଚ 22ରେ ଶୁଣାଣି ପାଇଁ କୋର୍ଟକୁ ଅଣାଯିବାବେଳେ ଏ.କେ ସିଂ ତାଙ୍କ ସହ ଅସଦାଚରଣ କରିଥିବା ନେଇ ସିଏମ କେଜ୍ରିୱାଲ ଦାବି କରିଛନ୍ତି।
ସେହିପରି କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ୍ୟ ମାମଲା ରୁଜୁ ହୋଇଛି । ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ପାଇଁ ସଫା ସଫା ମନା କରିଦେଇଛନ୍ତି ଏବଂ ସେ ଜେଲରୁ ହିଁ ସରକାର ଚଳାଇବେ ବୋଲି କହିଛନ୍ତି । ଆଇନଜୀବୀ ଶଶି ରଞ୍ଜନ କୁମାର ସିଂହଙ୍କ ମାଧ୍ୟମରେ ସୁରଜିତ ସିଂ ଯାଦବ ଏବେ ଆବେଦନ ଦାଖଲ କରିଛନ୍ତି ।
ସୂଚନାଥାଉ ଯେ, କେଜ୍ରିୱାଲଙ୍କୁ ଗୁରଫ କରିବା ପରେ ପ୍ରାୟ ୩ ଘଣ୍ଟା କାଳ ପଚରାଉଚରା କରିଥିଲା ଇଡି । ଗତକାଲି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ଯାହା ପରେ କୋର୍ଟ ତାଙ୍କୁ ୨୮ ତାରିଖ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଯାଇଛି । ଇଡି କେଜ୍ରିୱାଲଙ୍କୁ ୧୦ ଦିନ ହେପାଜତକୁ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା ହେଲେ କୋର୍ଟ ପକ୍ଷରୁ ୬ ଦିନ ପାଇଁ ଅନୁମତି ମିଳିଛି । ଆସନ୍ତା ମାର୍ଚ୍ଚ ୨୮ ତାରିଖରେ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯିବ ।
ସେହିପରି ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ କିଙ୍ଗପିନ୍ ସହ ତୁଳନା କରାଯାଇଛି । ଏହା ମଧ୍ୟ ଅଭିଯୋଗ ରହିଛି ଯେ, ଏହି ମାମଲାରେ ଅନେକ ପ୍ରମାଣ ନଷ୍ଟ କରାଯାଇଛି । ପ୍ରଥମ ଥର ପାଖାପାଖି ୧୦ କୋଟି ଏବଂ ଦ୍ୱିତୀୟ ଥର ପ୍ରାୟ ୧୫ କୋଟି ଟଙ୍କା ଟ୍ରାନ୍ସଫର ହୋଇଥିବା ନେଇ ଦାବି କରାଯାଉଛି । ଏହାସହ ଅନେକ ଫୋନ ଭଙ୍ଗାଯାଇଛି ବୋଲି ମଧ୍ୟ ଇଡି ଦାବି କରିଛି । ଏହି ଦୁର୍ନୀତି ଟଙ୍କା ପଞ୍ଜାବ ଏବଂ ଗୋଆ ନିର୍ବାଚନରେ ଖର୍ଚ୍ଚ କରାଯାଇଛି । କେବଳ ଗୋଆରେ ୪୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା କୁହାଯାଉଛି ।












Click it and Unblock the Notifications