ମୋଦି ଭଗବାନ ନୁହଁନ୍ତି! ଜାଣନ୍ତୁ ଏପରି କାହିଁକି କହିଲେ କେଜ୍ରିୱାଲ

Arvind Kejriwal On Modi: ଗୁରୁବାର ଆମ୍ ଆଦମୀ ପାର୍ଟି ଜାତୀୟ ସଂଯୋଜକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ସେ ଦିଲ୍ଲୀର କାମ ବନ୍ଦ କରିଥିବାର ଅଭିଯୋଗ କରିଛନ୍ତି।

Arvind Kejriwal

ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିବାବେଳେ ପୂର୍ବତନ ସିଏମ କେଜ୍ରିୱାଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ବହୁତ ଶକ୍ତିଶାଳୀ, ତାଙ୍କ ପାଖରେ ବିପୁଳ ଅର୍ଥ ଅଛି କିନ୍ତୁ ମୋଦି ଭଗବାନ ନୁହଁନ୍ତି । ସେ ଆହୁରି କହିଛନ୍ତି ଏହି ଦୁନିଆରେ ଭଗବାନ ଅଛନ୍ତି, କିଛି ଶକ୍ତି ଅଛି, ସେ ମୋ ସହିତ ଅଛନ୍ତି। ମୁଁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଦେଉଛି।

ବିଜେପିକୁ ଟାର୍ଗେଟ୍ କରି କେଜ୍ରିୱାଲ କହିଛନ୍ତି, ମୋତେ ସିସୋଦିଆ, ସଞ୍ଜଜୟ ସିଂ, ସତ୍ୟେନ୍ଦ୍ର ଜୈନ୍, ବିଶ୍ୱଭଙ୍କୁ ଜେଲରେ ପଠା ଦିଆଗଲା । ପାଞ୍ଚଜଣ ବଡ ନେତାଙ୍କୁ ଜେଲରେ ରଖାଯାଇଥିଲା, ତଥାପି ଆମ ଦଳ ଏକ ଅଛି । ମୁଁ ତୁମ ଦଳର ଦୁଇ ନେତାଙ୍କୁ ଜେଲରେ ରଖିବାକୁ ମୁଁ ଆହ୍ୱାନ ଦେଉଛି, ତୁମ ଦଳ ଭାଙ୍ଗିଯିବ ।

AAP ସଂଯୋଜକ କହିଛନ୍ତି, ଜଣେ ଆରଏସଏସ ନେତା ମୋତେ କହିଛନ୍ତି ଯେ ଆରଏସଏସ ଏକ ଅଲ୍ଟିମେଟମ୍ ଦେଇଛି ଯେ 75 ବର୍ଷର ନିୟମ ବଳବତ୍ତର ରହିବ, କିନ୍ତୁ ମୋଦି ଏଥିରେ ସହମତ ନୁହଁନ୍ତି। ଯେତେବେଳେ ନିଜ ନମ୍ବର ଆସିଲା, ସେମାନେ କହିଥିଲେ ଯେ ଏହି ନିୟମ ମୋ ପାଇଁ ଲାଗୁ ହେବ ନାହିଁ । ଆଗକୁ ଯଦି କୌଣସି ଅଥଧିକାରୀ 60 ବର୍ଷ ପରେ ଏବଂ ସୁପ୍ରିମକୋର୍ଟ ଜଜ 65 ବର୍ଷ ପରେ ଅବସର ନ ନିଅନ୍ତି ତେବେ ଏହା ଗ୍ରହଣୀୟ ହେବ କି । ଯଜି ନିଜେ 75 ବର୍ଷ ନିୟମ ବନାଇଲେ ତେବେ ନିଜେ କାହିଁକି ଏହି ନିୟମର ପାଳନ କରୁ ନାହାଁନ୍ତି ।

ପୂର୍ବତନ ସିଏମ୍ କହିଛନ୍ତି, "ଲୋକମାନେ କୁହନ୍ତି ଯେ ଜେଲ ଗଲେ କ୍ଷତି ହୁଏ, ଏହି କଥାରେ ମୁଁ ସହମତ । କିନ୍ତୁ କେଜ୍ରିୱାଲଙ୍କ ପାଇଁ କୌଣସି କ୍ଷତି ହୋଇ ନାହିଁ, ମନୀଷ ସିସୋଦିଆଙ୍କର କୌଣସି କ୍ଷତି ହୋଇନାହିଁ, ହେଲେ ଦିଲ୍ଲୀର ଦୁଇ କୋଟି ଲୋକଙ୍କର କ୍ଷତି ହୋଇଛି । ଦିଲ୍ଲୀର ଡାକ୍ତରଖାନା ଭିତରେ ଔଷଧ ବନ୍ଦ କରାଯାଇଥିଲା। ଟିକେ ଭଗବାନଙ୍କୁ ଭୟ କରନ୍ତୁ କାହାର ଅହଂକାର ବଞ୍ଚିପାରିବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+