କେଜ୍ରିୱାଲଙ୍କ ବଡ଼ ଘୋଷଣା, କହିଲେ ଆପ୍ କାହା ସହ କରିବ ନାହିଁ ମେଣ୍ଟ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଫେବୃଆରୀରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ ସମସ୍ତ ଦଳଗୁଡ଼ିକ ଅଣ୍ଟା ଭିଡିଲେଣି। ଏସବୁ ମଧ୍ୟରେ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲ ନିର୍ବାଚନରେ ମେଣ୍ଟକୁ ନେଇ ବଡ଼ ଘୋଷଣା କରିଛନ୍ତି। ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କେଜ୍‌ରିଓ୍ବାଲ ସ୍ପଷ୍ଟ କରିଛନ୍ତି ଯେ ଦିଲ୍ଲୀରେ ହେବାକୁ ଥିବା ନିର୍ବାଚନରେ ଆପ୍‌ କୌଣସି ଦଳ ସହ ମେଣ୍ଟ କରିବ ନାହିଁ ବୋଲି ଘୋଷଣା କରିଛନ୍ତି।

ଲୋକ ସଭା ନିର୍ବାଚନ ସମୟରେ ଆପ୍‌ ଏବଂ କଂଗ୍ରେସ ମିଶି ଦିଲ୍ଲୀର ୭ ଆସନରେ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲେ। ଆପ୍‌ ୩ ଏବଂ କଂଗ୍ରେସ ୪ ଆସନରେ ନିର୍ବାଚନ ଲଢ଼ିଥିଲା। ହେଲେ ସବୁଥିରେ ଦଳକୁ ପରାଜିତ ହେବାକୁ ପଡ଼ିଥିଲା ଏହାପରେ ହରିୟାଣାରେ ଆପ୍‌ କଂଗ୍ରେସ ସହ ମେଣ୍ଟ କରିବାକୁ ମନା କରିଦେଇଥିଲା। ଏକାକି ନିର୍ବାଚନ ଲଢ଼ିଥିଲା।

Arvind Kejriwal

ଗୋଟିଏ ପଟେ ଆପ୍‌ କାହା ସହ ମେଣ୍ଟ କରିବ ନାହିଁ ବୋଲି ଘୋଷଣା କରିଥିବା ବେଳେ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଦେବେନ୍ଦ୍ର ଯାଦବ ଶୁକ୍ରବାର ମଧ୍ୟ ଦଳ ମେଣ୍ଟ କରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଯଦି ଦଳ ଆପ୍‌ ସହ ମେଣ୍ଟ କରି ନ ଥାନ୍ତା ତେବେ ଆମେ ଗୋଟିଏ କିମ୍ବା ଦୁଇଟି ଆସନ ଜିତିବାରେ ସଫଳ ହୋଇଥାନ୍ତୁ ବୋଲି ସେ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+