ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜରିୱାଲ

Arvind Kejriwal Resigns: ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ପୂର୍ବରୁ ଅର୍ଥାତ୍ ରବିବାର ଘୋଷଣା କରିଥିଲେ ଯେ ସେ ସିଏମ ପଦରୁ ଇସ୍ତଫା ଦେବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଜନସାଧାରଣ ତାଙ୍କୁ ସଚ୍ଚୋଟତାର ପ୍ରମାଣପତ୍ର ନଦେବା ପର୍ଯ୍ୟନ୍ତ ସେ ସିଏମ୍ ଚେୟାରରେ ବସିବେ ନାହିଁ।

Arvind Kejriwal

ଏଲଜିଙ୍କୁ ଭେଟିବା ପରେ ଗୋପାଳ ରାୟ କହିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲ ଉପ ରାଜ୍ୟପାଳଙ୍କ ନିକଟରେ ଇସ୍ତଫା ଦେଇଛନ୍ତି। ସେହିପରି ସରକାର ଗଠନ ପାଇଁ ଅତିଶୀ ଦାବି କରିଛନ୍ତି। ଶପଥ ଗ୍ରହଣ ତାରିଖ ସ୍ଥିର କରିବାକୁ LG କୁ କୁହାଯାଇଛି ।

ଏହାପୂର୍ବରୁ ରବିବାର ଦିନ ତିହାର ଜେଲରୁ ଜାମିନରେ ବାହାରକୁ ଆସିବା ପରେ ଅରବିନ୍ଦ କେଜ୍ରିୱାଲ ତାଙ୍କ ଇସ୍ତଫା ନେଇ ଘୋଷଣା କରିଥିଲେ । ସେ କହିଥିଲେ, ଜନସାଧାରଣ ତାଙ୍କୁ 'ସଚ୍ଚୋଟତା' ପ୍ରଦାନ କଲେ ହିଁ ସେ ଏହି ପଦକୁ ଫେରିବେ। ଦିଲ୍ଲୀ ବିଧାନସଭା ନିର୍ବାଚନ 'ସାର୍ଟିଫିକେଟ୍' ଦେବ। ଏଥିସହ ସେ ଦିଲ୍ଲୀରେ ଶୀଘ୍ର ନିର୍ବାଚନ କରିବାକୁ ଦାବି କରିଛନ୍ତି। ଆସନ୍ତା ବର୍ଷ ଫେବୃଆରୀ 23 ରେ ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ଶେଷ ହେବ ଏବଂ ଫେବୃଆରୀ ଆରମ୍ଭରେ ନିର୍ବାଚନ ହେବାର ସମ୍ଭାବନା ରହିଛି।

ବର୍ତ୍ତମାନ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ପରେ ବରିଷ୍ଠ ଆମ୍ ଆଦମୀ ଦଳର ନେତା ଅତିଶୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ। ମଙ୍ଗଳବାର ଦିନ ଆମ୍ ଆଦମୀ ପାର୍ଟିର ବିଧାୟକଙ୍କ ବୈଠକ ପରେ ତାଙ୍କ ନାଁରେ ମୋହର ବାଜିଥିଲା । କଂଗ୍ରେସର ଶିଲା ଦୀକ୍ଷିତ ଏବଂ ଭାରତୀୟ ଜନତା ପାର୍ଟିର ସୁଷମା ସ୍ୱରାଜଙ୍କ ପରେ ଅତିଶୀ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+