ଜେଲରୁ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ
Arvind Kejriwal Released From Tihar Jail: ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ ଜାମିନ ପାଇବା ପରେ ଜେଲରୁ ବାହାରିଛନ୍ତି । ସେ ଜେଲରୁ ବାହାରିବା ମାତ୍ରେ ଆମ୍ ଆଦମୀ ଦଳର ବରିଷ୍ଠ ନେତା, କର୍ମୀ ଏବଂ ସମର୍ଥକମାନେ ତାଙ୍କୁ ସ୍ୱାଗତ କରିଥିଲେ। ଜେଲରୁ ବାହାରିବା ପରେ କେଜ୍ରିୱାଲ AAP କର୍ମୀଙ୍କୁ ସମ୍ବୋଧିତ କରିଥିଲେ। ସେ କହିଛନ୍ତି, "ସର୍ବପ୍ରଥମେ ମୁଁ ଭଗବାନଙ୍କୁ ଧନ୍ୟବାଦ ଦେବାକୁ ଚାହେଁ, ଯେଉଁଥିପାଇଁ ମୁଁ ବାହାରକୁ ଆସିଛି। ମନ୍ଦିର, ମସଜିଦ, ଗୁରୁଦ୍ୱାରରେ ପ୍ରାର୍ଥନା କରୁଥିବା ସମସ୍ତଙ୍କୁ ଧନ୍ୟବାଦ। ମୋର ରକ୍ତର ପ୍ରତ୍ୟେକ ବୁନ୍ଦା ଦେଶ ପାଇଁ ଉତ୍ସର୍ଗୀକୃତ।"

କେଜ୍ରିୱାଲଙ୍କୁ ସ୍ୱାଗତ କରିବା ପାଇଁ ପତ୍ନୀ ସୁନିତା, ମନ୍ତ୍ରୀ ଆତିଶର, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ, ମନୀଷ ସିସୋଦିଆ ପ୍ରମୁଖ ତିହାର ଜେଲ ବାହାରେ ଅପେକ୍ଷା କରୁଥିବାର ଦେଖିବା ପାଇଁ ମିଳିଥିଲା । ଏହାପରେ ଉପସ୍ଥିତ ଲୋକଙ୍କୁ କେଜ୍ରିୱାଲ ଖୋଲା ଗାଡ଼ି ଉପରେ ଛିଡ଼ା ହୋଇ ସମ୍ବୋଧନ କରିଛନ୍ତି।
କେଜ୍ରିୱାଲ କହିଛନ୍ତି, 'ବର୍ଷା ହେବା ସତ୍ତ୍ୱେ ଆପଣମାନେ ଏତେ ସଂଖ୍ୟାରେ ଏଠାକୁ ଆସିଥିବାରୁ ଧନ୍ୟବାଦ । ମୋ ଜୀବନ ଦେଶ ପାଇଁ ଉତ୍ସର୍ଗୀକୃତ। ମୁଁ ମୋ ଜୀବନରେ ଅନେକ ସଂଘର୍ଷ କରିଛି। ଅନେକ କଷ୍ଟ ସହିଛି। କିନ୍ତୁ ଭଗବାନ ମୋ ସହ ରହିଛନ୍ତି। କାରଣ ମୁଁ ସବୁବେଳେ ସତ୍ୟର ପଥରେ ଚାଲିଥାଏ।












Click it and Unblock the Notifications