ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଲେ ଅରବିନ୍ଦ କେଜ୍ରିୱାଲ, କହିଲେ-କିଛି ଭୁଲ କରିନି ତ ଲୁଚାଇବି କ'ଣ
ନୂଆଦିଲ୍ଲୀ:ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା । ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଲେ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆଜି ସିବିଆଇ କାର୍ଯ୍ୟାଳୟ ଯିବା ପୂର୍ବରୁ ପ୍ରଥମେ ରାଜଘାଟା ଯାଇଁ ସେଠାରେ ମହାତ୍ମା ଗାନ୍ଧୀଙ୍କ ସମାଧିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।
କେଜ୍ରିୱାଲ ସୋସିଆଲ ମିଡିଆରେ ସେୟାର କଲେ ଭିଡିଓ
ଦିଲ୍ଲୀର ସିଏମ୍ ଅରବିନ୍ଦ କେଜ୍ରିୱାଲ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି କହିଛନ୍ତି ଯେ, ମୁଁ କିଛି ସମୟ ପରେ ସିବିଆଇ ମୁଖ୍ୟାଳୟକୁ ଯିବି, କିଛି ଭୁଲ କରିନି ତ ଲୁଚାଇବି କ'ଣ ! ସେହିପରି ୫ ମିନିଟ୍ ୨୭ ସେକେଣ୍ଡର ଏହି ଭିଡିଓରେ, ସିଏମ୍ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି,'ଏ ଲୋକମାନେ ବହୁତ ଶକ୍ତିଶାଳୀ । ଏମାନେ କାହାକୁ ମଧ୍ୟ ଜେଲ ପଠାଇ ଦେଇପାରିବେ । ଆପଣ ଯଦି କିଛି ଅପରାଧ କରି ନାହଁ ତେବେ ମଧ୍ୟ କିଛି ଫରକ ପଡେ ନାହିଁ, କାରଣ ଏମାନେ ଖୁବ ଶକ୍ତିଶାଳୀ'।

ଅନ୍ୟପଟେ ସିବିଆଇ ଅଫିସ ସମେତ ଅରବିନ୍ଦ କେଜ୍ରିୱାଲଙ୍କ ଘର ବାହାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ସିବିଆଇ କାର୍ଯ୍ୟାଳୟଠାରୁ କିଛି ମିଟର ଦୂରରେ ଅତୀଶି, ରାଘବ ଚଢା, ସଞ୍ଜୟ ସିଂ, ଭଗବନ୍ତ ମନ ଏବଂ କୁଲତର ସିଂ ଲୋଡି ରାସ୍ତା କଡ଼ ଫୁଟପାଥରେ ବସି ବିରୋଧ ପ୍ରଦର୍ଶନ କରୁଛନ୍ତି।
କେଜ୍ରିୱାଲ ରୁକେଗା ନେହିଁ
ଆମ୍ ଆଦମୀ ପାର୍ଟି ଦିଲ୍ଲୀର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ଏକ ପୋଷ୍ଟର ଜାରି କରାଯାଇଛି ଯେଉଁଥିରେ ଅରବିନ୍ଦ କେଜ୍ରିୱାଲ ପୁଷ୍ପା ଫିଲ୍ମ ଷ୍ଟାଇଲରେ ଆକ୍ସନ କରୁଥିବାର ନଜର ଆସିଛନ୍ତି। ପୋଷ୍ଟରରେ ଏହା ଲେଖାଯାଇଛି ଯେ କେଜ୍ରିୱାଲ # କେଜ୍ରିୱାଲ ରୁକେଗା ନେହିଁ...! ଏହି ଫଟୋଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଦିଲ୍ଲୀ ସିଏମ୍ ଆହୁରି କହିଛନ୍ତି, 'ମୁଁ ମୋ ଦେଶକୁ ଖୁବ ଭଲ ପାଏ । ମୁଁ ମୋ ଦେଶ ପାଇଁ ମୋ ଜୀବନ ମଧ୍ୟ ଦେଇପାରିବି । ମୁଁ ୧୦ ବର୍ଷ ପୂର୍ବେ ରାଜନୀତିରେ ପ୍ରବେଶ କରିଥିଲି । ପୂର୍ବରୁ ମୁଁ ଭାବୁଥିଲି ମୋ ଦେଶ ଏତେ ପଛୁଆ କାହିଁକି? ଲୋକମାନେ ଅଶିକ୍ଷିତ ଏବଂ ଗରିବ କାହିଁକି? ବର୍ତ୍ତମାନ ଏହାକ କାରଣ ମଧ୍ୟ ମୁଁ ବୁଝିପାରିଛି । କାରଣ ଆମେ ଦେଶର ନେତା ମାନେ କାହା ବିଷୟରେ ଚିନ୍ତା କରନ୍ତି ନାହିଁ । ସେମାନଙ୍କୁ କେବଳ ରାଜନୀତି କରନ୍ତି ।












Click it and Unblock the Notifications