କେଜ୍ରିୱାଲଙ୍କୁ କିଙ୍ଗପିନ୍ କହିଲା ଇଡି
ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନିତ ନୀତି ମାମଲାରେ ଇଡି ଗତକାଲି ରାତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା । ଏନେଇ ଆଜି ସଂପୃକ୍ତ ମାମଲାର ଶୁଣାଣି ଦିଲ୍ଲୀର ରାୱଜ ଏଭିନ୍ୟୁ କୋର୍ଟରେ ଚାଲିଛି । ଏହି କ୍ରମରେ ଇଡି କୋର୍ଟରେ କେଜ୍ରିୱାଲଙ୍କୁ ନେଇ ଅନେକ ଦାବି କରିଛି ।
ଇଡି ଦୁଇଜଣଙ୍କ ମଧ୍ୟରେ ହୋଇଥିବା ଚାଟ୍ ଆଧାରରେ ଦାବି କରିଛି କି ହାୱଲା ମାଧ୍ୟମରେ କେଜ୍ରିୱାଲ ଗୋଆକୁ ୪୫ କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି । ଏଥିରେ ଉଭୟଙ୍କର ସିଜିଆର ରିପୋର୍ଟ ଦେଖାଇଛି । ଅଦାଲତରେ ଶୁଣାଣି ବେଳେ ଏଏସଜି ରାଜୁ କହିଛନ୍ତି ଯେ ଅରବିନ୍ଦ କେଜରିୱାଲ ଏହି ଦୁର୍ନୀତି ପାଇଁ ଷଡଯନ୍ତ୍ର କରିଛନ୍ତି । ଏହି ମାମଲାରେ ଇଡି ତାଙ୍କୁ କିଙ୍ଗପିନ ବୋଲି କହିଥିଲେ ।

କେବଳ ଏତିକି ନୁହେଁ, ଦିଲ୍ଲୀର ମଦ ନୀତି ସ୍କାମ ମାମଲାରେ ମନୀଷ ସିସୋଡିଆ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ବୋଲି ଏଏସଜି ରାଜୁ ଦାବି କରିଛନ୍ତି । ଅବକାରୀ ନୀତି ପ୍ରଣୟନ କରି ଆପ୍ ୧୦୦ କୋଟି ଟଙ୍କାର ଲାଞ୍ଚ ପାଇଛି । ଏହି ଦୁର୍ନୀତି ପଛରେ କେଜ୍ରିୱାଲ ହିଁ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ବୋଲି ଆଜି ଇଡି ପକ୍ଷରୁ ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟଙ୍କୁ ଅବଗତ କରାଯାଇଛି ।
କେଜ୍ରିୱାଲଙ୍କୁ ଗୁରୁବାର ଗିରଫ କରିଥିବା ଇଡି ଆଜି ତାଙ୍କୁ କୋର୍ଟରେ ହାଜର କରିଛି । କୋର୍ଟରେ ହାଜର କରିବା ପରେ ତାଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି । ରିମାଣ୍ଡ ପାଇଁ ଆବେଦନ କରିବା ବେଳେ ଅନେକ ସାଂଘାତିକ କଥା ଇଡି ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଡିସିନାଲ ସଲିସିଟର ଜେନେରାଲ ଏସ୍ଭି ରାଜୁ କୋର୍ଟଙ୍କୁ ଜଣାଇଛନ୍ତି । ୨୦୨୧-୨୨ରେ ଦିଲ୍ଲୀ ଅବକାରୀ ନୀତି ଦ୍ୱାରା ହୋଲସେଲର ବ୍ୟବସାୟୀଙ୍କୁ ୧୨% ଓ ରିଟଲ ବ୍ୟବସାୟୀଙ୍କୁ ୧୮୫% ଲାଭ ମିଳିଥିଲା ବୋଲି ଅଭିଯୋଗ ହୋଇଛି ।












Click it and Unblock the Notifications