ନିର୍ବାଚନ ଫଳାଫଳ ପୂର୍ବରୁ ଆପ୍ ପ୍ରାର୍ଥୀଙ୍କ ସହ କେଜ୍ରିୱାଲଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
Delhi Assembly Election Result 2025: ଦିଲ୍ଲୀ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଶୁକ୍ରବାର ଦିନ ଦଳର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ ଯେଉଁଥିରେ ସମସ୍ତ 70 ଜଣ ପ୍ରାର୍ଥୀ ଯୋଗ ଦେଇଥିଲେ । ବୈଠକରେ କେଜ୍ରିୱାଲ ସମସ୍ତ ପ୍ରାର୍ଥୀଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଆମ ଆଦମୀ ପାର୍ଟି ଦିଲ୍ଲୀରେ ସରକାର ଗଠନ କରିବାକୁ ଯାଉଛି।
ବୈଠକ ପରେ ବରିଷ୍ଠ ନେତା ମନୀଷ ସିସୋଦିଆ କହିଛନ୍ତି ଯେ, ସମସ୍ତେ ଜାଣନ୍ତି ଯେ ବିଜେପି କିପରି ଟଙ୍କା ଏବଂ ଗୁଣ୍ଡାଗିରି ବ୍ୟବହାର କରି ନିର୍ବାଚନ ଲଢ଼ିବାକୁ ଚେଷ୍ଟା କରିଥିଲା ଏବଂ ଏହି ଦଳ ଆଜି ମଧ୍ୟ ଯେଭଳି କାର୍ଯ୍ୟ କରୁଛି ତାହା କାହାଠାରୁ ଲୁଚି ନାହିଁ। ଶନିବାର ପରେ ତାଙ୍କର ସମସ୍ତ ଖେଳ ଶେଷ ହୋଇଯିବ ।

ସେହିପରି, ଆମ ଆଦମୀ ପାର୍ଟିର ଦିଲ୍ଲୀ ରାଜ୍ୟ ସଂଯୋଜକ ଗୋପାଳ ରାୟ କହିଛନ୍ତି ଯେ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱରେ ଆମ ଆଦମୀ ପାର୍ଟିର ସମସ୍ତ ପ୍ରାର୍ଥୀଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ ପ୍ରାର୍ଥୀ ସେମାନଙ୍କର ରିପୋର୍ଟ ଦେଇଛନ୍ତି। ପ୍ରାର୍ଥୀମାନଙ୍କଠାରୁ ମିଳିଥିବା ରିପୋର୍ଟରୁ ସ୍ପଷ୍ଟ ଯେ ଆମ ଆଦମୀ ପାର୍ଟି ନିଶ୍ଚିତ ଭାବରେ ଦିଲ୍ଲୀରେ 50 ରୁ ଅଧିକ ଆସନ ଜିତିବ। ପ୍ରାୟ 7-8ଟି ଆସନରେ କଡ଼ା ଲଢ଼େଇ ହେବ ବୋଲି ଆଶା କରାଯାଉଛି ।












Click it and Unblock the Notifications