ଆପ ଉପରେ ଆଉ ଏକ ବଡ଼ ଆରୋପ,କରୋନା ଟୀକାକରଣ ପାଇଁ କେନ୍ଦ୍ର ସରକାର ଦେଇଥିବା ଅର୍ଥକୁ ଅଟକାଇଥିଲେ ଆପ ସରକାର: CAG
ନୂଆଦିଲ୍ଲୀ: କରୋନା ଟିକାକରଣ ପାଇଁ କେନ୍ଦ୍ର ସରକାର ଦେଇଥିବା ଅର୍ଥକୁ ସେ ସମୟରେ ଦିଲ୍ଲୀରେ କ୍ଷମତାରେ ଥିବା ଆମ୍ ଆଦମୀ ପାର୍ଟି (ଆପ) ସରକାର ଅଟକାଇଥିଲେ । ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (CAG) ରିପୋର୍ଟରେ ଦିଲ୍ଲୀ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗକୁ ନେଇ ଏଭଳି ତଥ୍ୟ ଦିଆଯାଇଛି । ପୂର୍ବ ଆପ ସରକାର କାର୍ଯ୍ୟକାଳରେ ଦିଲ୍ଲୀରେ ହସ୍ପିଟାଲରେ କର୍ମଚାରୀଙ୍କ ଅଭାବ, ଅପରେସନ ଥିଏଟର ବନ୍ଦ ଓ ଔଷଧ ସମସ୍ୟାକୁ ନେଇ ଖୁଲାସା କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ତରଫରୁ ବିଧାନସଭାରେ ଜାରି କରାଯାଇଥିବା ରିପୋର୍ଟରେ କରୋନା ସମୟରେ ମଧ୍ୟ କୁପରିଚାଳନା ହୋଇଥିବା କୁହାଯାଇଛି ।
ସିଏଜି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, କରୋନା ମହାମାରୀ ବେଳେ ଦିଲ୍ଲୀବାସୀଙ୍କୁ ଟିକାକରଣ ପାଇଁ ଯେଉଁ ଟଙ୍କା କେନ୍ଦ୍ର ସରକାର ଜାରି କରିଥିଲେ ତାକୁ ମଧ୍ୟ ସରକାର ବହୁ ସମୟ ପର୍ଯ୍ୟନ୍ତ ଅଟକାଇ ରଖିଥିଲେ। କେନ୍ଦ୍ରରୁ ଯେଉଁ ଟଙ୍କା ଜାନୁଆରୀ ଓ ମାର୍ଚ୍ଚ ୨୦୨୧ ରେ ମିଳିଥିଲା ତାକୁ ଅପ୍ରେଲ ଏବଂ ମଇରେ ଆଗକୁ ବଢାଯାଇଥିଲା। ସିଏଜି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଟୀକାକରଣ ପାଇଁ ମିଳିଥିବା ପୁରା ଟଙ୍କା ଖର୍ଚ୍ଚ ମଧ୍ୟ ହୋଇନି।
ସିଏଜି ରିପୋର୍ଟର ପେଜ୍ ନମ୍ବର ୧୨୫ ରେ କରୋନା ଟୀକାକରଣ ପାଇଁ ଟଙ୍କା ଜାରି କରିବାରେ ବିଳମ୍ବ ହୋଇଥିବା କଥା କୁହାଯାଇଛି। ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କୋଭିଡ୍-୧୯ ଟୀକାକରଣ ପାଇଁ ଦିଲ୍ଲୀ ସରକାରଙ୍କୁ ସହାୟତା ଅନୁଦାନ ଆବଣ୍ଟିତ କରିଥିଲା, ଯାହାକୁ ଦିଲ୍ଲୀ ଷ୍ଟେଟ୍ ହେଲଥ୍ ସୋସାଇଟି(ଡିଏସ୍ଏଚ୍ଏସ୍)କୁ ବଢାଇବାର ଥିଲା।'

ଡିଏସଏଚ୍ଏସ୍ ଆୟ-ବ୍ୟୟ ଖାତା(୨୦୨୦-୨୧) ଓ ଅନ୍ୟ ସମ୍ପର୍କିତ ଆବଣ୍ଟନ ନିର୍ଦେଶରୁ ଜଣାପଡିଛି ଯେ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦୁଇଟି କିସ୍ତିରେ ୯.୬୦ କୋଟି ଟଙ୍କାର ସହାୟତା ରୂପରେ ଆବଣ୍ଟିତ କରିଥିଲେ। ଜାନୁଆରୀ ୨୦୨୧ ରେ ୩.୪୬ କୋଟି ଓ ମାର୍ଚ୍ଚ ୨୦୨୧ରେ ୬.୧୪ କୋଟି କରାଯାଇଥିଲା, କିନ୍ତୁ ଏହି ଟଙ୍କା ଦିଲ୍ଲୀ ସରକାର ଡିଏସ୍ଏଚଏସ୍କୁ ଅପ୍ରେଲ ଓ ମଇ ୨୦୨୧ରେ ଦେଇଥିଲେ। କେନ୍ଦ୍ରରୁ ଯେଉଁ ଅର୍ଥ ୨୦୨୧ ମସିହା ମାର୍ଚ୍ଚରେ ମିଳିଥିଲା, ତାହାକୁ ଏପ୍ରିଲ ଓ ମେ ଯାଏ ଆଗକୁ ବଢ଼ାଯାଇଥିଲା । ଟିକାକରଣର ପୂରା ଅର୍ଥ ଖର୍ଚ୍ଚ କରାଯାଇନଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି ।












Click it and Unblock the Notifications