ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା, ଆପ୍ ସମର୍ଥନରେ ବାହାରିଲେ ଏହି ଦୁଇ ନେତା

ଦିଲ୍ଲୀରେ ବାଜି ସାରିଛି ନିର୍ବାଚନୀ ବିଗୁଲ। ବିଗୁଲ ବାଜିବାର କିଛିକ୍ଷଣ ମଧ୍ୟରେ ଦିଲ୍ଲୀର ସବୁଦଳ ଅଣ୍ଟା କଷି ସାରିଛନ୍ତି। ତେବେ କଂଗ୍ରେସ ସମେତ ଏଏପି ଓ ଭାଜପା ମଇଦାନକୁ ଓହ୍ଲାଇଛନ୍ତି। ହେଲେ ଏହାରି ଭିତରେଇଣ୍ଡିମେଣ୍ଟରେ ଘଡ଼ିକେ ଘୋଡା ଛୁଟୁଛି। କେତେବେଳେ କିଏ କାହାକୁ ସମର୍ଥନ କରୁଛି ଏବଂ କିଏ କାହାର ସମାଲୋଚନା କରୁଛି ତାହା ବୁଝିବା ମୁସ୍କିଲ।

ଏନଡିଏକୁ ଚ୍ୟାଲେଞ୍ଜ ଦବାପାଇଁ ଗଠିତ ଇଣ୍ଡି ମେଣ୍ଟରେ ଫାଟ ଚର୍ଚ୍ଚାରେ ଥିବାବେଳେ ହେଭିୱେଟଙ୍କ ମଧ୍ୟରେ ଥିବା ଭାବ ପୀରତି ବୁଝା ପଡୁନି। ଏହି ଯେମିତି ଦିଲ୍ଲୀ ବିଧାନସଭା ନିର୍ବାଚନ ପୁର୍ବରୁ କେଜ୍ରିୱାଲଙ୍କୁ ମମତାଙ୍କ ସମର୍ଥନ ଖୋରାକ ଯୋଗାଇଛି। ଗୋଟିଏପଟେ ମମତା ଇଣ୍ଡିମେଣ୍ଟର ମୁଖିଆ ହେବାକୁ ଇଚ୍ଛା ରହିଥିବା ବେଳେ କେଜ୍ରିୱାଲ କିନ୍ତୁ ବିନା କୌଣସି ମେଣ୍ଟରେ ନିର୍ବାଚନ ଲଢିବେ ବୋଲି କହିସାରିଛନ୍ତି। ଏପଟେ ମେଣ୍ଟକୁ ସମର୍ଥନ ସେପଟେ କେଜ୍ରିୱାଲଙ୍କୁ ସମର୍ଥନ ରାଜନୈତକ ଗଣିତର କେଉଁ ସୁତ୍ରକୁ ଦର୍ଶାଉଛି।

Arvind Kejriwal

କିନ୍ତୁ ସବୁଠାରୁ ବଡ଼କଥା ହେଉଛି କଂଗ୍ରେସର ସବୁଠାରୁ ବଡ଼ ବନ୍ଧୁ ବୋଲାଇଥିବା ସମାଜବାଦୀ ପାର୍ଟି ଏବେ ତା'ର ହାତ ଛାଡିଦେଇଛି। ଏସପି ଏବେ ଏଏପିକୁ ସମର୍ଥନ କରିବ ବୋଲି କହିଛି। ସେହିପରି ଟିଏମସି ମଧ୍ୟ ଏଏପିକୁ ଖୋଲାଖୋଲି ସମର୍ଥନ ଜଣାଇଛି। ଯାହାକୁ ନେଇ ଦିଲ୍ଲୀ ରାଜନୀତି ସରଗରମ ହୋଇଛି। ଏସପି ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏଏପି ପାଇଁ ର୍ନିବାଚନ ପ୍ରଚାର କରୁଥିବାର ମଧ୍ୟ ଦେଖିବାକୁ ମିଳିଛି। ସେ କହିଛନ୍ତି ଦିଲ୍ଲୀରେ ଯଦି ଭାଜପାକୁ କେହି ହରାଇ ପାରିବ ସେ ହେଉଛି ଏଏପି। କଂଗ୍ରେସ ଏବେ ଭାଜପାକୁ ହରାଇବା ସ୍ଥିତିରେ ନାହିଁ। ଆଗକୁ ଆହୁରି ଏଏପି ପାଇଁ ର୍ନିବାଚନ ପ୍ରଚାର କରିବି ବୋଲି ଅଖିଳେଶ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+