ବଢ଼ିଲା କେଜ୍ରିୱାଲଙ୍କ ଅଡ଼ୁଆ, ଇଡି ପଠାଇଲା ଅଷ୍ଟମ ସମନ

ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡ଼ୁଆ । ଅଷ୍ଟମ ସମନ ପଠାଇଲା ଇଡି । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଥରେ ନୋଟିସ ଜାରି କରିଛି । ଦିଲ୍ଲୀର ମଦ ଦୁର୍ନୀତି ମାମଲାର ଯାଞ୍ଚ କରୁଥିବା କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଇଡି ମାର୍ଚ୍ଚ 4 ରେ କେଜ୍ରିୱାଲଙ୍କୁ ପଚରାଉଚରା ଡାକିଛନ୍ତି । ଏହାପୂର୍ବରୁ କେଜ୍ରିୱାଲଙ୍କୁ 7 ଟି ସମନ ପଠାଯାଇଛି। କିନ୍ତୁ ସେ ସବୁ ସମନକୁ ବେଆଇନ ବୋଲି କହିଥିଲେ ଏବଂ ହାଜର ହୋଇନଥିଲେ। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଇଡି ଅଷ୍ଟମ ସମନ ପଠାଇଛି ।

Arvind Kejriwal

ଦିଲ୍ଲୀର ଏକ୍ସାଇଜ୍ ପଲିସିରେ ଘୋଟାଲା ଅଭିଯୋଗ ରହିଛି। ଏହି ମାମଲାରେ ସିବିଆଇ ତଦନ୍ତ କରୁଛି। ଏଥି ସହିତ ଇଡି ଅର୍ଥ ହେରଫେରରୁ ଏହି ମାମଲାର ଅନୁସନ୍ଧାନ କରୁଛି। ଏହି ମାମଲାରେ କେନ୍ଦ୍ରୀୟ ଏଜେନ୍ସି ଏପର୍ଯ୍ୟନ୍ତ ଦୁଇ ବଡ ଆପ ନେତା ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂଙ୍କୁ ଗିରଫ କରିଛନ୍ତି। କେଜ୍ରିୱାଲଙ୍କୁ ଡାକିବା ପାଇଁ ଇଡି 7 ଟି ସମନ ପଠାଇଥିଲା ।ଆଜି ପୁଣି ଅଷ୍ଟମ ଥର ପାଇଁ କେଜ୍ରିୱାଲଙ୍କୁ ସମନ ପଠାଇଛି ।

ଏହାପୂର୍ବରୁ 22 ଫେବୃଆରୀରେ, ଇଡି କେଜ୍ରିୱାଲଙ୍କ ସପ୍ତମ ସମନ ପଠାଇ 26 ଫେବୃଆରୀରେ ତାଙ୍କୁ ପଚରାଉଚରା ପାଇଁ ଡାକିଥିଲେ। କିନ୍ତୁ କେଜ୍ରିୱାଲ ହାଜର ହୋଇନଥିଲେ। ଆମ୍ ଆଦମୀ ପାର୍ଟି କହିଛି ଯେ ଏହି ମାମଲା କୋର୍ଟରେ ବିଚାରାଧୀନ ଅଛି ଏବଂ ଏହାର ଶୁଣାଣି ମାର୍ଚ୍ଚ 16 ରେ ହେବ। ଦୈନିକ ସମନ ପଠାଇବା ପରିବର୍ତ୍ତେ, ଇଡି କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ୍ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+