କେଜ୍ରିୱାଲଙ୍କ ବଡ଼ ଘୋଷଣା: ପଞ୍ଜାବର ସମସ୍ତ ଲୋକସଭା ଆସନରୁ ଏକାକୀ ଲଢିବ AAP

I.N.D.I.A Alliance: ନିର୍ବାଚନ ପୂର୍ବରୁ ଇଣ୍ତିଆ ମେଣ୍ଟକୁ ପୁଣି ଲାଗିଲା ବଡ଼ ଝଟକା । ଆଜି ନିଜ ପଞ୍ଜାବ ଗସ୍ତ ସମୟରେ କେଜ୍ରିୱାଲ ଏକ ବଡ଼ ଘୋଷଣା କରିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ, ଆମ୍ ଆଦମୀ ପାର୍ଟି ପଞ୍ଜାବର 13ଟି ଲୋକସଭା ଆସନ ଏବଂ ଚଣ୍ଡିଗଡ଼ର ଗୋଟିଏ ଆସନରେ ନିର୍ବାଚନ ଲଢିବ । ଅର୍ଥାତ୍ ପଞ୍ଜାବର ସମସ୍ତ ଆସନରୁ ଆପ୍ ପ୍ରାର୍ଥୀ ଦେବ ।

ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁସାରେ, ଆସନ୍ତା 10-15 ଦିନ ମଧ୍ୟରେ ପଞ୍ଜାବର 14ଟି ଓ ଚଣ୍ତିଗଡ଼ର ଗୋଟିଏ ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିବ । କେଜ୍ରିୱାଲ ଆହୁରି କହିଛନ୍ତି, "ଦୁଇ ବର୍ଷ ପୂର୍ବେ, ଆପଣ ମାନେ ଆମକୁ ଆଶୀର୍ବାଦ ଦେଇଥିଲେ । 117 ଆସନରୁ ମଧ୍ୟରୁ 92ଟି ଆସନ ଆମକୁ ମିଳିଛି, ପଞ୍ଜାବେ ଆପ୍ ଇତିହାସ ସୃଷ୍ଟି କରିଛି ।

 Arvind Kejriwal

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଇଣ୍ଡିଆ ମେଣ୍ଟରେ ଥିବା ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ପଞ୍ଜାବ ଲୋକସଭା ଆସନ ବାଣ୍ଟିବା ନେଇ ଚର୍ଚ୍ଚା ହୋଇଥିଲା । ହେଲେ ଆଜି ଏହି କଳ୍ପନାଜଳ୍ପନା ଉପରେ ବ୍ରେକ୍ ଲଗାଇଛନ୍ତି କେଜ୍ରିୱାଲ । ବର୍ତ୍ତମାନ ଏହା ସ୍ପଷ୍ଟ ଯେ, ପଞ୍ଜାବରେ କଂଗ୍ରେସ ଏବଂ ଆପ୍ ଅଲଗା ଭାବେ ଲୋକସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି ।

ସୂଚନାଥାଉ ଯେ, ପଞ୍ଜାବ ଏବଂ ଦିଲ୍ଲୀରେ ଉଭୟ କଂଗ୍ରେସ ଏବଂ ଆପ୍ ଗତ ମାସରେ ଚଣ୍ଡିଗଡ଼ ମେୟର ନିର୍ବାଚନରେ ​​ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ଯାହା ପରେ ଚର୍ଚ୍ଚା ହେଉଥିଲା ଯେ ଆଗାମୀ ଲୋକସଭା ନିର୍ବାଚନା ମଧ୍ୟ ଏହି ଦୁଇ ଦଳ ଏକାଠି ଲଢିବେ ବୋଲି ହେଲେ ଆଜି କେଜ୍ରିୱାଲଙ୍କ ଘୋଷଣା ଏହି ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+