ମନୀଷ ସିସୋଦିଆଙ୍କ ପାଇଁ ମଞ୍ଚ ଉପରେ କାନ୍ଦି ପକାଇଲେ କେଜ୍ରିୱାଲ
ନୂଆଦିଲ୍ଲୀ: ସ୍ଥାନୀୟ ଦରିୟାପୁର ଗାଁରେ ବୁଧବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍କୁଲ ଅଫ୍ ଏକ୍ସିଲେନ୍ସ ଉଦ୍ଘାଟନ କରିଛନ୍ତି । ଏହି ସମୟରେ ଏମିତି ଏକ କ୍ଷଣ ଆସିଥିଲା, ଯେତେବେଳେ ସେ ମଞ୍ଚ ଉପରେ ମନୀଷ ସିସୋଦିଆଙ୍କ ନାଁ ନେଇ କାନ୍ଦି ପକାଇଥିଲେ । ଏଥି ସହିତ ସେ
ତାଙ୍କୁ ବହୁତ ମିସ କରୁଥିବା କଥା ମଧ୍ୟ କହିଛନ୍ତି।
ସୂଚନାଥାଉ କି, ଦିଲ୍ଲୀ ଅବକାରୀ ନୀତି ଘଟଣାରେ ଫେବୃଆରୀ ମାସରୁ ସିସୋଦିଆ ଜେଲରେ ଅଛନ୍ତି । ସେ ବାରମ୍ବାର ଜାମିନ ଆବେଦନ ପାଇଁ ନିବେଦନ କରୁଥିଲେ ହେଁ ଏଯାଏ କୌଣସି ପ୍ରକାରର ଆଶ୍ୱସ୍ତି ପାଇ ନାହାନ୍ତି। ସିସୋଦିଆ ଦିଲ୍ଲୀର ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ଅନୁପସ୍ଥିତିରେ କେଜ୍ରିୱାଲ ସ୍କୁଲ ଉଦଘାଟନ କରୁଥିବାରୁ ନିଜ ଲୁହକୁ ଅଟକାଇ ପାରିନଥିଲେ।

ସେ କହିଥିଲେ ଯେ 'ଆଜି ମନୀଷ ସିସୋଦିଆଙ୍କ କଥା ବହୁତ ମନେ ପଡ଼ୁଛି। ଏହା ତାଙ୍କର ସ୍ୱପ୍ନ ଥିଲା । ତାଙ୍କୁ ଜେଲ୍ରେ ଏଥିପାଇଁ ରଖାଯାଇଛି, କାହିଁକି ନା, ସେ ଭଲ ବିଦ୍ୟାଳୟ ନିର୍ମାଣ କରିଛନ୍ତି । ଯଦି ସେ ଭଲ ବିଦ୍ୟାଳୟ କରି ନ ଥାଆନ୍ତେ, ତା' ହେଲେ ଜେଲରେ ନ ଥାଆନ୍ତେ । ସେ କହିଛନ୍ତି ଯେ ଏହି ଲୋକମାନେ ଶିକ୍ଷା କ୍ରାନ୍ତିକୁ ଶେଷ କରିବାକୁ ଚାହୁଁଛନ୍ତି, କିନ୍ତୁ ଆମେ ଏହା କରିବାକୁ ଦେବୁ ନାହିଁ'।
#WATCH | Delhi CM Arvind Kejriwal gets emotional, as he remembers former education minister Manish Sisodia and his work in the area of education, at the inauguration of an educational institution pic.twitter.com/BDGSSbmpbq
— ANI (@ANI) June 7, 2023
କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ଟାର୍ଗେଟ କରି କେଜ୍ରିୱାଲ କହିଛନ୍ତି, "ଏହି ଲୋକମାନେ(ବିଜେପି) ଦିଲ୍ଲୀରେ ଶିକ୍ଷାକୁ ନେଇ ଆରମ୍ଭ ହୋଇଥିବା ବିପ୍ଳବ କେମିତି ଶେଷ ହେବ, ତା'କୁ ନିଶ୍ଚିତ କରିବାକୁ ଚାହୁଁଛନ୍ତି। କିନ୍ତୁ ଆମେ ଏମିତି ହେବାକୁ କେବେ ବି ଦେବୁନି।"












Click it and Unblock the Notifications