କେଜ୍ରିୱାଲଙ୍କୁ ଝଟକା, ଜାମିନ ଉପରେ ରୋକ ଲଗାଇଲେ ହାଇକୋର୍ଟ
Arvind Kejriwal Bail: ଦିଲ୍ଲୀ ଲିକର୍ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଲାଗିଲା ଝଟକା । କେଜ୍ରିୱାଲଙ୍କୁ ଦିଲ୍ଲୀ କୋର୍ଟ ପକ୍ଷରୁ ଦିଆଯାଇଥିବା ଜାମିନକୁ ହାଇକୋର୍ଟ ସ୍ଥଗିତ ରଖିଛନ୍ତି ।ତେବେ ଏହି ମାମଲାର ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଜାମିନ ନାମଞ୍ଜୁର କରିଛନ୍ତି ।

କେଜ୍ରିୱାଲଙ୍କ ଜାମିନ ଆବେଦନ ବିରୋଧରେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ନିମ୍ନ ଅଦାଲତର ଆଦେଶ ଶୁଣାଣି ପର୍ଯ୍ୟନ୍ତ ହାଇକୋର୍ଟ ଏହି ଜାମିନ ପ୍ରଦାନ ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି । ଅର୍ଥାତ୍ ହାଇକୋର୍ଟ ଏହି ମାମଲାର ଶୁଣାଣି ନକରିବା ପର୍ଯ୍ୟନ୍ତ କେଜ୍ରିୱାଲ ତିହାର ଜେଲରେ ରହିବେ ।
ଅରବିନ୍ଦ କେଜ୍ରିୱାଲଙ୍କୁ ଦିଆଯାଇଥିବା ଜାମିନ ବିରୋଧରେ ଇଡିର ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ତୁରନ୍ତ ଶୁଣାଣି କରିବାକୁ ଅନୁମତି ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଆମେ ଏହି ମାମଲାର ଶୁଣାଣି ନକରିବା ପର୍ଯ୍ୟନ୍ତ ନିମ୍ନ ଅଦାଲତର ଆଦେଶ କାର୍ଯ୍ୟକାରୀ ହେବ ନାହିଁ। ଦିଲ୍ଲୀର ମଦ ନୀତିରେ ହୋଇଥିବା ଅନିୟମିତତା ଘଟଣାରେ ଅରବିନ୍ଦ କେଜ୍ରିୱାଲ ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ଇଡି ଦାବି କରିଛି। ଏହି ଘଟଣାରେ ଅନ୍ୟ ଅନେକ AAP ନେତା ମଧ୍ୟ ଜଡିତ ଅଛନ୍ତି। AAP ଏହାକୁ ଅସ୍ୱୀକାର କରି କହିଛି ଏହା କେବଳ ଏକ ରାଜନୈତୀକ ଷଡଯନ୍ତ୍ର ।












Click it and Unblock the Notifications